୯ ତାରିଖରେ ପାରାଦୀପରୁ ୧୩୮ କିଲୋମିଟର ଦୂରରେ ରହିବ ବାତ୍ୟା 'ବୁଲ୍‌ବୁଲ୍' : ଏସ୍ଆରସି

Published By : Prameya-News7 Bureau | November 07, 2019 IST

ଭୁବନେଶ୍ବର ୭।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଏବେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ପାରାଦୀପଠାରୁ ୭୩୦ କିଲୋମିଟରେ ଦୂରରେ କେନ୍ଦ୍ରୀଭୂତ ହୋଇଛି ‘ବୁଲବୁଲ’ । ୨୪ ଘଣ୍ଟାରେ ଭୟଙ୍କର ଓ ୩୬ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାର ରୂପ ନେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଓଡିଶା ଉପକୂଳକୁ ଆଉ ଛୁଇଁବନି ବାତ୍ୟା ‘ବୁଲବୁଲ’ । ଏନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ତେବେ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି ରହିଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଛି ବାତ୍ୟା ‘ବୁଲବୁଲ’ ।

୯ ତାରିଖ ସଂଧ୍ୟା ସୁଦ୍ଧା ପାରାଦୀପରୁ ୧୩୮ କିଲୋମିଟର, ଗୋପାଳପୁରରୁ ୩୪୭ କିଲୋମିଟର ଓ  ୧୦ ତାରିଖ ସଂଧ୍ୟାରେ ଧାମରାରୁ ୧୪୯ କିଲୋମିଟର ଦୂରରେ ରହିବ ବାତ୍ୟା ‘ବୁଲବୁଲ’ । ୭ ରୁ ୯ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

‘ବୁଲବୁଲ’ର ପ୍ରଭାବରେ ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ସହ ବର୍ଷା ହେବ। ବିଶେଷକରି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.