ପଶ୍ଚିମ ଓଡିଶାର ୧୩୪ ବ୍ଲକର ୨ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ : ଏସଆରସି

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର ୧୪|୮: ପଶ୍ଚିମ ଓଡିଶାରେ ବନ୍ୟାରେ ୧୩୪ ବ୍ଲକର ସମୁଦାୟ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୧୨୪ଟି ରିଲିଫ କେନ୍ଦ୍ରରେ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ୧୫ଟି ଓଡ୍ରାଫ ଓ ୩ଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବଲାଙ୍ଗୀରରେ ବନ୍ୟା ପ୍ରଥମ ବନ୍ୟା ଥିଲା । ବଲାଙ୍ଗୀରରେ ସର୍ବାଧିକ ୫୫୫ମିଲିମିଟର ବର୍ଷା ରେକର୍ଡ ହୋଇଛି । ପୂର୍ବରୁ ଏଭଳି ବର୍ଷା ହୋଇନଥିଲା । ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏବେ ବନ୍ୟା ଜଳ ଧୀରେ ଧୀରେ କମିବାରେ ଲାଗିଛି ବୋଲି କହିଛନ୍ତି ଏସଆରସି ।

ସେହିପରି ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ମରୁଡି ପରିସ୍ଥିତି ବଦଳିଛି । ମୋଟ ୮ଟି ଜିଲ୍ଲାରେ ଅଧିକା ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୭ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

{"id":144164}
{"id":144165}
{"id":144166}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.