ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ନଜରରେ ରହିଛି ସୁବର୍ଣ୍ଣରେଖା ଓ ବୈତରଣୀ:SRC

Published By : Prameya-News7 Bureau | August 20, 2022 IST

ଭୁବନେଶ୍ୱର ୨୦/୦୮: ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ରେ ୭ଟି ଗେଟ୍ ଖୋଲିଛନ୍ତି । ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ । ମାତ୍ର ବନ୍ୟା ସମ୍ଭାବନା କମ୍ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ ।

କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ଵର ୧, ମୟୁରଭଞ୍ଜ ୨,କେନ୍ଦୁଝର ୧ । ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ହୋଇଛି ।

ଯାହାର ପ୍ରଭାବରେ ତେଲ୍ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ବନ୍ୟାଜଳ ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବିନି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଘର ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟା କୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ ଟି ଗେଟ୍ ବନ୍ଦ କରାଯାଇଛି । ୪ ଟି ଗେଟ୍ ଖୋଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.