ଭୁବନେଶ୍ୱର ୦୯।୦୯ : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଲଗାଣ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାକୁ ଫୋକସରେ ରଖାଯାଇଛି । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳରେ ଗମନାଗମନ ପ୍ରଭାବିତ ହୋଇଛି । ତେବେ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି । ମାଲକାନଗିରି ଏବଂ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।ତେବେ ସ୍ଥିତିକୁ ଦେଖି ମାଲକାନଗିରିରେ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । କିଛି ସ୍ଥାନରେ ଫଶିରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ମାଲକାନଗିରିର ସ୍ଥିତିକୁ ଦେଖି ଦୁଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । IAS ବିଷ୍ଣପୁଦ ସେଠୀ ଏବଂ ADG ଆଇନ୍ ଶୃଙ୍ଖଳା ସଞ୍ଜୟ କୁମାରଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଉଭୟ ମାଲକାନଗିରି ଗସ୍ତ କରି ସ୍ଥିତି ପରିଖିବେ।
ସେହିପରି ବନ୍ୟା ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ମୋଟ ୧୮ ଓଡ୍ରାଫ୍ ଏବଂ ୬ ଏନ୍ଡିଆର୍ଫଙ୍କୁ ମୁତୟନ କରାଯାଇଛି । ୧୮ଟି ODRAF ବାହିନୀ ମଧ୍ୟରୁ ମାଲକାନଗିରିରେ ୬, କୋରାପୁଟରେ ୨, ରାୟଗଡ଼ାରେ ୨, ଗଞ୍ଜାମରେ ୨, କନ୍ଧମାଳରେ ୨, ବୌଦ୍ଧରେ ୨, ବଲାଙ୍ଗୀରେ ୨ଟି ଟିମ୍ ନିୟୋଜିତ ରହିଛନ୍ତି । ଏହାବ୍ୟତୀତ ସମସ୍ତ ଫିଲ୍ଡ ଅଫିସରଙ୍କୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରମାନଙ୍କୁ କୁହାଯାଇଛି । ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଛି ।
ବର୍ଷାରୁ ମିଳିବନି ତ୍ରାହି, ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା