ମୟୁରଭଞ୍ଜ, ବାଲେଶ୍ୱରରେ ବନ୍ୟା ସମ୍ଭାବନା, ଅପରାହ୍ନରେ ଜଣାପଡ଼ିବ ସ୍ଥିତି- SRC
21/08/2022 at 12:06 PM

Image Courtesy : file
ଭୁବନେଶ୍ୱର ୨୧।୦୮: ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବ। ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ସମ୍ଭାବନା ରହିଛି। ଏବେ ସୁବର୍ଣ୍ଣରେଖା ଜାମଶଳା ଘାଟରେ ଜଳସ୍ତର ବିପଦ ସଂକେତଠାରୁ ୪ ଫୁଟ ଉପରେ ରହିଛି। ବାଲେଶ୍ବର ଜିଲ୍ଲାର ଭୋଗରାଇ, ଜଳେଶ୍ବର ଓ ବସ୍ତାରେ ବନ୍ୟା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି।
ସେହିପରି ମୟୁରଭଞ୍ଜରେ ବନ୍ୟା ସମ୍ଭାବନା ରହିଛି। ଆଜି ଅପରାହ୍ଣରେ ଜଣାପଡ଼ିବ ବନ୍ୟାର ସ୍ଥିତି। ତେବେ ବୁଢ଼ାବଳଙ୍ଗ ବିପଦ ସଂକେତ ଟପିନାହିଁ। ବୈତରଣୀ ଆଖୁଆପଦାରେ ୧୮.୯୫ ମିଟର ଜଳସ୍ତର। ଆଖୁଆପଦାରେ ବିପଦ ସଂକେତ ଉପରେ ଜଳସ୍ତର। ସେପଟେ କାଣିନଦୀରେ ଘାଇ ହୋଇଛି। ବୈତରଣୀ ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସତର୍କ କରାଯାଇଛି। ଭଦ୍ରକକୁ ଦୁଇଟି ଲେଖାଏଁ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023