ବଡ଼ ବନ୍ୟା ଏଡାଇବାକୁ ଉଦ୍ୟମ, ହୀରାକୁଦରେ ୬୨୧ ଫୁଟ୍‌ ପାଣି ରହିଛି- ଏସ୍‌ଆର୍‌ସି

Published By : Prameya-News7 Bureau | August 15, 2022 IST

ଭୁବନେଶ୍ୱର ୧୫।୦୮: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ଆସିପାରେ। ବଡ଼ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି । ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ ଏବେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଏହି ପାଣି ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ ୭ଟି ବ୍ଲକରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୩୨ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢିଛି । ମଙ୍ଗଳାବର ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇପାରେ । ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସିପାରେ । ବଡ଼ ବନ୍ୟା ହୋଇପାରେ । ଏବେ ହୀରାକୁଦର ୮ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡିବା କମିଛି । ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ ।

ସେହିପରି ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ । ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ । ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ମଙ୍ଗଳବାର ୧୧ ଲକ୍ଷ କ୍ୟୁସେକରେ ପହଁଚିବ । ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ରବିବାର ନିୟୋଜିତ ଥିବା ଉଦ୍ଧାରକାରୀ ଦଳରେ ଆଉ ୧୨ଟି ଏନ୍‌ଡିଆର୍‌ଏଫ୍‌ ଓ ୨୦ଟି ଅଗ୍ନିଶମ ଟିମ୍‌ ପଠାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବ ରହିବ। ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.