ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା, ଏନ୍‌ଡିଆର୍‌ଏଫ୍‌-ଓଡ୍ରାଫ୍‌-ଫାୟାର ଟିମ୍‌ ମୁତୟନ- ଏସ୍‌ଆର୍‌ସି

Published By : Prameya-News7 Bureau | August 14, 2022 IST

ଭୁବନେଶ୍ୱର ୧୪।୦୮: ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ମହାନଦୀରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ମୁଣ୍ଡଳି ପାଖରେ ୧୦ ରୁ ସାଢେ ଦଶ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୋମବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ଜଳ ପ୍ରବାହିତ ହେବ । ୨୦୧୯ ମସିହା ଅଗଷ୍ଟ ମାସରେ ଏଭଳି ସମାନ ସ୍ଥିତି ଦେଖାଦେଇଥିଲା । ଖଇରମାଳରେ ୯.୫୬ ଲକ୍ଷ ଜଳ କ୍ୟୁସେକ ପ୍ରବାହିତ ହେଉଛି । ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ସୋମବର ମହାନଦୀ ତେଲ ସିଷ୍ଟମରେ ବର୍ଷା ବଢିବ । ହୀରାକୁଦରେ ଆଉ ଅଧିକ ଗେଟ୍ ଖୋଲିବ ନାହିଁ । ୩୪ ଟି ଗେଟ୍ ଦେଇ ଜଳ ପ୍ରବାହ ଜାରି ରହିବ । ଆଉ ଅଧିକ ଗେଟ୍ ନଖୋଲି, ସେତିକିରେ ମ୍ୟାନେଜ୍ କରିବାକୁ ଚେଷ୍ଟା କରାଯିବ । ହୀରାକୁଦ ଜଳସ୍ତର ୬୧୬.୮ ୦ ମିଟର ରହିଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧାର କିଛି ଅଞ୍ଚଳ ବନ୍ୟାରେ ପ୍ରଭାବିତ ହେବା ଆଶଙ୍କା ରହିଛି  । ୭ଟି ଓଡ୍ରାଫ, ୩ ଟି NDRF ଟିମ୍ କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ପୁରୀକୁ ୨ଟି ଓଡ୍ରାଫ୍ ଏବଂ ଗୋଟିଏ NDRF ଟିମ୍ ପଠାଯିବ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ବନ୍ୟା ସ୍ଥିତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.