ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସିଙ୍କ ପ୍ରେସ୍‌ମିଟ୍‌, ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 16, 2022 IST

ଭୁବନେଶ୍ୱର ୧୬।୦୮: ପୁରୀ, ଖୋର୍ଦ୍ଧା, କଟକ, ବୌଦ୍ଧ ଜିଲ୍ଲାରେ କିଛି ଅଞ୍ଚଳରେ ପାଣି ପଶିଛି । ଜିଲ୍ଲାପାଳମାନେ ଆବଶ୍ୟକ ଅନୁଯାୟୀ ସ୍ଥାନାନ୍ତରଣ କରିବେ । ଯେତେଦିନ ଚାହିଁବେ ରିଲିଫ୍‌ ଦେଇପାରିବେ  । ଏବର୍ଷ ପ୍ରଥମ ବନ୍ୟା ଆସୁଥିବାରୁ ଅଧିକ ଘଳିଆ ପଡିପାରେ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବନ୍ୟା ପରିସ୍ଥିତିକୁ ଦେଖି ସ୍କୁଲ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବେ।  ପଶୁ ଖାଦ୍ୟ ପାଇଁ ଜିଲ୍ଲାପାଳ ମାନେ ସିଧା ଓମ୍ଫଫେଡ଼କୁ ଚିଠି ଲେଖିବେ। । ବନ୍ୟାର ପରିସ୍ଥିତିକୁ ଦେଖି ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବୈତରଣୀରେ ଛୋଟିଆ ଘାଇ ହେଇଛି । ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ଅଧିକ ଟିମ ପ୍ରସ୍ତୁତ କରି ରଖିଛି । କେନ୍ଦ୍ରାପଡା, କାଠଯୋଡ଼ି କୁଆଖାଇ, ଦେବୀ, ଭାର୍ଗବୀ  ଅଞ୍ଚଳ ସବୁଠୁ ଅଧିକ ସମ୍ବେଦନଶୀଳ ରହିଛି। ରାସ୍ତା କିମ୍ଭା ବ୍ରିଜ଼ ଉପରେ ବନ୍ୟା ଜଳ ଚାଲୁ ଥିଲେ ଯିବା ଆସିବା ନକରିବାକୁ  ବନ୍ୟାଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ଏସ୍‌ଆର୍‌ଏସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.