ଜାଗର ପାଇଁ କଟକଣା : ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍

Published By : Prameya-News7 Bureau | March 09, 2021 IST

ଭୁବନେଶ୍ବର ୯।୩: କରୋନା ମହାମାରୀକୁ ଦୃଷ୍ଟିର ରଖି ଜାଗର ଯାତ୍ରା ପାଇଁ ଜାରି ହୋଇଛି କଟକଣା । ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରା ବେଳେ ସାଧାରଣତଃ ବହୁ ଜନସମାଗମ ହୋଇଥାଏ । ତେଣୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏହି କଟକଣା ଜାରି କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁସାରେ ମହାଶିବରାତ୍ରୀ ଅବସରରେ ଶୈବପୀଠ ସହ ଅନ୍ୟାନ୍ୟା ଦେବାଦେବୀଙ୍କ ମନ୍ଦିରରେ ଭିଡ ଉପରେ ରୋକ୍ ଲଗାଯିବ । ମନ୍ଦିର ଭିତରେ ଓ ବାହାରେ ଜନ ଗହଳି ଉପରେ କଟକଣା ଲଗାଯାଇଛି । ଏହି ଅବସରରେ ବସୁଥିବା ମେଳା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମେଳାରେ ଅଧିକ ଲୋକ ସମାଗମ ହେତୁ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ତେଣୁ ଏଭଳି ସ୍ଥିତିରେ ମେଳା ବସିବା ଉଚିତ୍ ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଶିବରାତ୍ରୀରେ ମନ୍ଦିର ଆସୁଥିବା ଭକ୍ତମାନେ ମନ୍ଦିର ପରିସରେ ଓ ବାହାରେ ବସିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଅନେୟ କୋଭିଡ୍ ନିୟମକୁ ମାନିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଦର୍ଶାଯାଇଛି ।

ଏହି ସମୟରେ ଯେଉଁଭଳି କୋଭିଡ୍ କଟକଣା ପାଳନ ହେବ ସେଥିଲାଗି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜାଗରରେ ଅଧିକ ସଂଖ୍ୟାରେ ଜନ ସମାଗମ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଯେଉଁମାନେ ଏହି କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":420005,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.