ଆଜି ସରକାରଙ୍କୁ ‘ତିତଲି’ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଦେବେ ଏସଆରସି
Published By : Prameya-News7 Bureau | October 17, 2018 IST
ଭୁବନେଶ୍ବର ୧୭|୧୦: ଆଜି ସରକାରଙ୍କୁ ‘ତିତଲି’ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଦେବେ ଏସଆରସି ବିଷ୍ଣୁପଦ ସେଠୀ । କେଉଁଠି କେତେ କ’ଣ କ୍ଷତିହୋଇଛି ତାହାର ପ୍ରାଥମିକ ରିପୋର୍ଟ ପ୍ରଦାନ କରିବେ । ତେବେ ‘ତିତଲି’ ଓ ତା ପରବର୍ତ୍ତୀ ବନ୍ୟାରେ ଚାଷ ବେଶୀ କ୍ଷତି ହୋଇଛି । ପୂର୍ବ ରିପୋର୍ଟ ଅନୁଯାୟୀ ୨ ଲକ୍ଷ ୪୮ ହଜାର ଏକର ଧାନ ଚାଷ ଜମି ଉଜୁଡି ଯାଇଥିବାବେଳେ ୬୫ ହଜାର ଏକର ଅନ୍ୟାନ୍ୟ ଚାଷ ଜମି ନଷ୍ଟ ହୋଇଛି । ୧୬ ଜିଲ୍ଲାର ୧୪୪ବ୍ଲକର ୫୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଯେଉଁଥିରେ ୩୦ଟି ଅରବାନ ଲୋକଲ ବଡି ରହିଛି । ମୃତ୍ୟୁ ସଂଖ୍ୟାକୁ ନେଇ ଏବେବି ଲାଗି ରହିଛି ଦ୍ବନ୍ଦ୍ବ । ସରକାର ମୃତ୍ୟୁ ସଂଖ୍ୟା ୨୬ କହୁଥିବା ବେଳେ କେବଳ ଗଜପତିରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସରକାରୀ ରିପୋର୍ଟ ଅନୁଯାୟୀ ଗଜପତିରେ ୧୮, ଗଞ୍ଜାମରେ ୩, ଅନୁଗୁଳରେ, କଟକ, କେନ୍ଦୁଝର, ନୟାଗଡରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି ।