ବନ୍ୟା ଓ ବାତ୍ୟା କ୍ଷୟକ୍ଷତିର ସୂଚନା ଦେଲେ ଏସଆରସି ,ଆଜି କେନ୍ଦ୍ର ସରକାରଂକୁ ପ୍ରଦାନ କରାଯିବ ରିପୋର୍ଟ

Published By : Prameya-News7 Bureau | October 18, 2018 IST

ଭୁବନେଶ୍ଵର;୧୮/୧୦- ତିତ୍‌ଲି ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ଏସଆରସି ସୂଚନା ।ଆଜି କେନ୍ଦ୍ର ସରକାରଙ୍କୁ ଦିଆଯିବ କ୍ଷୟକ୍ଷତି ରିପୋର୍ଟ ।୨୭୬୫ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରଥାମିକ ରିପୋର୍ଟରେ ଆକଳନ କରାଯାଇଛି।୨.୬୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।ବାତ୍ୟା ଓ ବନ୍ୟାରେ ୫୬ ହଜାର ୯୩୦ ଘର ଭାଙ୍ଗିଛି।୨୦ ହଜାର ୪୨୨ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।୩୬ ହଜାର ୫୦୦ ଆଂଶିକ ଭାବେ କ୍ଷତି ହୋଇଛି।୯ ଲକ୍ଷ ୪୯ ହଜାର ୪୯୩ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୪୬ ହଜାର ୮୫୧ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।୬୨୨ଟି ପାନୀୟ ଜଳ ପାଇପ କ୍ଷତି ହୋଇଥିଲା।ସେଥିରୁ ୪୬୫ଟି ପୁନଃଉଦ୍ଧାର କରାଯାଇଛି।ଗଜପତିରେ ୨ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିୟୋଜିତ ଅଛି।ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୋଟ ୫୪ଟି ୱାଟର ଟ୍ୟାଙ୍କ ନିୟୋଜିତ ହୋଇଛି।ଗତ ବାତ୍ୟା ତୁଳନାରେ ଚଳିତ ବର୍ଷ ବାତ୍ୟାରେ ମୃତ୍ୟୁ ସଂଖ୍ୟା ବହୁତ କମ।୧୮୩୧ରେ ବାତ୍ୟା ଯୋଗୁଁ ୫୦ ହଜାର ଓ ୧୯୭୧ରେ ବାତ୍ୟା ଯୋଗୁଁ ୧୦ ହଜାର ଲୋକ ମରିଥିଲେ।ମୃତ୍ୟୁ ସଂଖ୍ୟା କିଭଳି କମିବ ସେ ଦିଗରେ ୨୦ ବର୍ଷ ଧରି ସରକାର କାର୍ଯ୍ୟ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.