ଓଡ୍ରାଫ ବୋଟ ଓଲଟିବା ଘଟଣା, ମିଳିନି ସୀତାରାମ ମୁର୍ମୁଙ୍କ ମୃତଦେହ-ଏସ୍‌ଆର୍‌ସି

Published By : Prameya-News7 Bureau | September 25, 2021 IST

କଟକ ୨୫।୦୯: ଏବେ ଯାଏଁ ମିଳିନି ସୀତାରାମ ମୁର୍ମୁଙ୍କ ମୃତଦେହ । ନରାଜ ନିକଟରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ । ଏନେଇ ସ୍ପଷ୍ଟ କଲେ NDRF କମାଣ୍ଡାଣ୍ଟ ଅରୁଣ ଦେବଗଲ । ଓଡ୍ରାଫ କର୍ମଚାରୀ ମୃତଦେହ ଦେଖି ସୀତାରାମଙ୍କର ନୁହେଁ ବୋଲି କହିଛନ୍ତି । ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜିବାକୁ NDRFର ୪ଟି ଟିମ୍ ସର୍ଚ୍ଚ ଅପରେସନ କରୁଛନ୍ତି । ମୃତଦେହ ଖୋଜିବାକୁ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା କହିଛନ୍ତି NDRF  କମାଣ୍ଡାଣ୍ଟ ।

ସେପଟେ ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ ଓଲଟିବା ଘଟଣାରେ ଏସଆର୍‌ସିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଯାଏ ମିଳିନି ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ପତ୍ତା । ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି ଏସଆର୍‌ସି ପ୍ରଦୀପ ଜେନା । ମିଳିଥିବା ମୃତଦେହ ଅଜଣା ବ୍ୟକ୍ତିଙ୍କ ବୋଲି ଟ୍ବିଟ କରି କହିଛନ୍ତି ଏସଆର୍‌ସି ।

{"id":517241,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ମୁଣ୍ଡଳି ବ୍ରିଜ୍‌ ନିକଟରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ୍‌ ବୋଟ୍‌ ଓଲଟିପଡିଥିଲା । ଏଥିରେ ଥିବା ସମସ୍ତ ପାଣିରେ ବୁଡିଯାଇଥିଲେ । କିନ୍ତୁ କୌଣସି କ୍ରମେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ କୌଣସି ପତ୍ତା ମିଳିନଥିଲା । ହେଲେ ଗତକାଲି ରାତିରେ ନରାଜ ନିକଟରୁ ଏକ ମୃତଦେହ ମିଳିଥିଲା । ତାହା ଓଡ୍ରାଫ୍‌ ଯବାନ ସୀତାରାମଙ୍କ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଏବେ ସେହି ମୃତଦେହଟି  ସୀତାରାମ ମୁର୍ମୁଙ୍କର ନୁହେଁ ବୋଲି ଉଭୟ ଏସ୍‌ଆର୍‌ସି ଓ NDRF ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.