Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରକୁ ଆସିବେ ବୋଲି ଫୋନ୍‌ କରିଥିଲେ, ହେଲେ ୧୫ ଦିନ ହେଲା ଘରକୁ ଆସିନାହାନ୍ତି…

29/06/2022 at 2:17 PM

ଦେବଗଡ଼ ୨୯।୦୬ :  କାମ କରିବାକୁ ଚେନ୍ନାଇ ଯାଇଥିଲେ । ଘରକୁ ଆସୁଛନ୍ତି ବୋଲି ଫୋନ୍‌ କରିଥିଲେ । ହେଲେ ଆଉ ଆସିନଥିଲେ । ଇତିମଧ୍ୟରେ ୧୫ ଦିନ ବିତିଗଲାଣି । ହେଲେ ମିଳିନାହିଁ ଶ୍ରମିକଙ୍କ ପତ୍ତା । ଦେବଗଡ଼ ଜିଲ୍ଲା ବଡଡଙ୍ଗାଘାଟ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ,  ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ବଡଡଙ୍ଗାଘାଟ ଗାଁର ୩୭ ବର୍ଷୀୟ  ତ୍ରୀନାଥ ପେଣ୍ଠଇ ଓ ତାଙ୍କ ଭାଇ ରଘୁ ପେଣ୍ଠଇ  ତିନି ମାସ ତଳେ ଚେନ୍ନାଇକୁ କାମ କରିବାକୁ ଯାଇଥିଲେ। ଉଭୟ ଭାଇ ବଡପେରୁମ୍ବକମର ସୁବାସ ନଗର ଅଞ୍ଚଳରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ବଡଭାଇ ତ୍ରୀନାଥ ଚଳିତ ମାସ ୧୩ ତାରିଖରେ ଘରକୁ ଫେରିବା ପାଇଁ କମ୍ପାନୀରୁ ଛୁଟି ନେଇ ବାହାରିଥିଲେ । ଏସମ୍ପର୍କରେ ତ୍ରୀନାଥ ରେଳଷ୍ଟେସନରେ ପହଞ୍ଚିବା ପରେ ସ୍ତ୍ରୀଙ୍କୁ ଫୋନ୍ କରି ଜଣାଥିବା ବେଳେ ସାନଭାଇ ରଘୁ ପେଣ୍ଠଇ ମଧ୍ୟ ଜଣାଇଥିଲେ। ତ୍ରୀନାଥ ଜୁନ ମାସ ୧୪ ତାରିଖରେ ସମ୍ବଲପୁର ରେଳଷ୍ଟେସନରେ ପହଞ୍ଚିବା ବେଳେ ଆଜି ପର୍ଯ୍ୟନ୍ତ ଘରେ ପହଞ୍ଚିନାହାନ୍ତି । ୧୩ ତାରିଖଠୁ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିବା ବେଳେ ଦୁଇ ଦିନ ହେଲା କେହି ଜଣେ ଏହି ଫୋନକୁ ଅନ କରିଥିବା ଜଣାପଡିଛି ।

ସେପଟେ ତାଙ୍କ ପରିବାର ସେହି ନମ୍ବରକୁ ଫୋନ କଲେ କେହି କାଟିଦେଉଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ତାଙ୍କ ସ୍ତ୍ରୀ ରାଜପେଣ୍ଠଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ କୌଣସି ପ୍ରକାର ତଦନ୍ତ ହେଉନଥିବା ସେ ଅଭିଯୋଗ କରିଛନ୍ତି । ନିଖୋଜ ତ୍ରୀନାଥଙ୍କ ଛୋଟ ଛୋଟ ଦୁଇଟି ଛୁଆ ରହିଥିବା ବେଳେ ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଇତିମଧ୍ୟରେ ପନ୍ଦର ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ତ୍ରୀନାଥଙ୍କ କୌଣସି ପ୍ରକାର ପତ୍ତା ମିଳିନଥିବାର ପରିବାର ବର୍ଗ ଏକ ପ୍ରକାର ଆଶା ଆଶଙ୍କାରେ ରହିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ତଦନ୍ତ କରି ନିଖୋଜ ଶ୍ରମିକଙ୍କୁ ଖୋଜିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

   Related Posts