ନରାଜ ଓମଫେଡ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି, ସ୍ଥାନୀୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବିରେ ଧାରଣା

Published By : Prameya-News7 Bureau | January 01, 2022 IST

ବାରଙ୍ଗ,୦୧/୦୧:  କଟକ ନରାଜ ଠାରେ ନୁଆ କରି ପ୍ରତିଷ୍ଠା ହୋଇ ଥିବା ଓମଫେଡ ପ୍ଲାଣ୍ଟରେ ଶ୍ରମିକଙ୍କ ଧାରଣା । ସ୍ଥାନୀୟ ଶ୍ରମିକଙ୍କୁ କାମ ନମିଳିବା ନେଇ ସେମାନେ ଧାରଣା ଦେଇଛନ୍ତି ।

ଧାରଣାରତ୍ତ ଶ୍ରମିକଙ୍କ କହିବାନୁସାରେ,  ସ୍ଥାନୀୟ ଲୋକଙ୍କୁ ଠିକା ସଂସ୍ଥା ମାଧ୍ୟମରେ ଓମଫେଡ ପ୍ଲାଣ୍ଟର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି କରାଯାଇ ଥିଲା । ଏକ ମାସ ପରେ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ କାମରୁ ଦେବାରୁ ବଞ୍ଚିତ କରାଯାଇଛି । ବକେୟା ପାରିଶ୍ରମିକ ମଧ୍ୟ ସେମାନଙ୍କୁ ଦିଆଯାଇ ନାହିଁ ।

ଏ ସବୁର ପ୍ରତିବାଦ  କରି  ସ୍ଥାନୀୟ ବାସିନ୍ଦାଙ୍କ  ସହ ଠିକା ଶ୍ରମିକମାନେ ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ଧାରଣାରେ ବସିଥିବା ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.