Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣା; ମୈଦାନଗଢି ପୋଖରୀରୁ ପାଣି ଶୁଖାଇ ପୋଲିସର ଛାନବିନ୍, ମୁଣ୍ଡ ପଡ଼ିଥିବା ସୂଚନା

20/11/2022 at 7:04 PM

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି ମେହରୁଲି ପୋଲିସ୍ । ଅଭିଯୁକ୍ତକୁ ମାରଥାନ୍ ଜେରା କରିବା ସହିତ ଭିନ୍ନ ଭିନ୍ନ ସ୍ଥାନରେ ଛାନବିନ୍ କରୁଛି । ପୋଲିସ ଶ୍ରଦ୍ଧାଙ୍କ ମୃତଦେହର ପ୍ରତି ଖଣ୍ଡକୁ ସଂଗ୍ରହ କରିବାରେ ଲାଗି ପଡିଛି । ମୈଦାନଗଢି ଅଞ୍ଚଳ ଥିବା ପୋଖରୀରେ ଶରୀରର କିଛି ଅଂଶ ପଡ଼ିଥିବା ଜାଣିବା ପରେ ପୋଲିସ ପାଣି ଶୁଖାଇ ଯାଞ୍ଚ କରୁଛି ।

ଅଭିଯୁକ୍ତ ପ୍ରେମିକ ଅବତାବ ପୁନାଓ୍ବାଲା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ଖଣ୍ଡ କରିଥିଲା । ପରେ ଘଟଣାକୁ ଲୁଚାଇବାକୁ ଯାଇ, ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶକୁ ମେହରୁଲିର ବିଭିନ୍ନ ସ୍ଥାନରେ ପିଙ୍ଗିଥିଲା । ତେବେ କେଉଁ କେଉଁ ସ୍ଥାନରେ ଅଭିଯୁକ୍ତ ଫିଙ୍ଗିଛି, ସେ ସବୁ ସ୍ଥାନରେ ତନତନ କରି ତଦନ୍ତ କରୁଛି ପୋଲିସ । ମୃତଦେହର କିଛି ଅଂଶ ମୈଦାନଗଢି ଅଞ୍ଚଳ ଥିବା ପୋଖରୀକୁ ଫିଙ୍ଗିଥିବା ପୋଲିସ ଜାଣିବା ପରେ ଉକ୍ତ ପୋଖରୀରୁ ପାଣି ଶୁଖାଇବାକୁ ଉଦ୍ୟମ ଚଳାଇଛି । ପାଣି ଶୁଖିବା ପରେ ଛାନବିନ୍ କରାଯିବ । କୁହାଯାଉଛି, ଶ୍ରଦ୍ଧାଙ୍କ ମୁଣ୍ଡକୁ ଅବତାବ ଏହି ପୋଖରୀ ଫିଙ୍ଗିଛି । ସେପଟେ ଅବତାବ ରହୁଥିବା ଭଡ଼ା ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ପୋଲିସ ।  

ଦିଲ୍ଲୀରେ ଅବତାବ୍-ଶ୍ରଦ୍ଧା ଲିଭ୍-ଇନ୍ ରହୁଥିଲେ। ମେ’ ୧୮ରେ ଶ୍ରଦ୍ଧା ବିବାହ ପାଇଁ ଜୋର କରିବାକୁ ଅବତାଫ୍ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ମେହରୁଲିର ବିଭିନ୍ନ ସ୍ଥାନରେ ପିଙ୍ଗିଥିଲା ।

   Related Posts