Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲା, ଦିଲ୍ଲୀ ପୋଲିସର କ୍ରାଇମ୍ ସିନ୍ ରିକ୍ରିଏଟ୍, ମେହରୁଲି ଜଙ୍ଗଲରେ ଛାନବିନ୍  

15/11/2022 at 11:59 AM

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍ । ଅଭିଯୁକ୍ତ ଆଫତାବ୍ ଅମିନ ପୁନାଓ୍ବାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୋଲିସ ଛାନବିନ୍ କରିବା ସହିତ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଅଭିଯୁକ୍ତ ପ୍ରେମିକ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡ ଶରୀରକୁ କିପରି ଓ କେଉଁ ସ୍ଥାନରେ ଫିଙ୍ଗିଥିଲା ତା’ର ତନତନ କରି ତଦନ୍ତ  ଜାରି ରଖିଛି ପୋଲିସ । ଦିଲ୍ଲୀରେ ଶ୍ରଦ୍ଧା ଓ ଅଫତାବ୍ କିଛି ଦିନ ଲିଭି-ଇନ୍‌ରେ ରହିଥିଲେ । ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ । ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ତେବେ ପାଞ୍ଚ ମାସ ପରେ ପୋଲିସ ହତ୍ୟା ରହସ୍ୟ ପର୍ଦ୍ଦାଫାସ୍ କରିଛି ।

ଦିଲ୍ଲୀ ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି । ମୁମ୍ବାଇ ଭଲ ପାଇବା ଠାରୁ ଦିଲ୍ଲୀରେ ହତ୍ୟା ପର୍ଯ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛି ପୋଲିସ । ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ କଲ୍ ସେଣ୍ଟରରେ ଚାକିରି କରୁଥିଲେ । ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ସାକ୍ଷାତ ହୋଇଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ । ସମ୍ପର୍କ ନିବିଡ଼ତା ହେବା ପରେ ଲିଭ୍-ଇନ୍ ରହିଥିଲେ ଦୁହେଁ । ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରିବାର ଲୋକଙ୍କ ନଜରରୁ ଦୂରେଇ ରହିବାକୁ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୁଲି ଅଞ୍ଚଳରେ ରହିଥିଲେ ଶ୍ରଦ୍ଧା ଓ ଅଫତାବ । ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା । ଏନେଇ ଝିଅ ଅପହରଣ ହୋଇଥିବା ନେଇ ୮ ନଭେମ୍ବରରେ ମେହରୁଲି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଙ୍କ ବାପା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା ।

ପୋଲିସର ସୂଚନା, ଦିଲ୍ଲୀରେ ଲିଭ୍-ଇନ୍ ରହିବା ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଏହି ଅବତାଫ୍ ଶ୍ରଦ୍ଧା ଓ୍ବାକରଙ୍କ ତଣ୍ଟି ଚିପି ହତ୍ୟା କରି ଏକ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ପ୍ରତିଦିନ ରାତି ୨ଟାରେ ଫିଙ୍ଗୁଥିଲା। ତେବେ ମେହରୁଲି ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଧରି ମେହରୁଲି ଜଙ୍ଗଲରେ ଛାନବିନ୍ କରିଛି ।

   Related Posts