ଆଠଗଡ ୨୯/୦୭: ଆଜି ଶ୍ରାବମ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠ । ରାତ୍ର ୪ଟାରୁ ପହଡ ଖୋଲାଜାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସମସ୍ତ ନୀତିକାନ୍ତି କରାଯାଇ ସାଧାରଣ ଦର୍ଶନ ସହିତ ଜଳଲାଗି ପାଇଁ ନିମନ୍ତେ ଦ୍ଵାରା ଫିଟାଯାଇଥିଲା ।
ବାବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗୀ ରଖି କେବଳ ଜଳକଳସ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି ।
ଚଳିତ ବର୍ଷ ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ପ୍ଲାଷ୍ଟିକ କଳସୀ ବା ଗଡୁକୁ ପୀଠ ମଧ୍ୟକୁ ବାରଣ କରାଯାଇଛି କେବଳ ମାଟି କିମ୍ବା ପିତଳ ଓ ତମ୍ବା କଳସରେ ଜଳ ଆଣିବା ପାଇଁ ନିମନ୍ତେ କୁହାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିମ୍ ଫୋର୍ସ ମୁତୟନ କରାଯାଇଛି ।