oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଓଡିଶା ପୋଲିସ ନୂଆ ମୁଖ୍ୟଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିବେ ଡିଜିପି ଅଭୟ

8/12/2019 at 9:46 PM

ଭୁବନେଶ୍ୱର ୮।୧୨: ଓଡିଶା ପୋଲିସର ନୂଆ ମୁଖ୍ୟ ଭାବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ସୋମବାର ଦାୟିତ୍ୱଗ୍ରହଣ କରିବେ।  ଅନ୍ତରିଣ ଡିଜି ଅବସ୍ଥାପିତ ସତ୍ୟଜିତ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ। ଗତ ନଭେମ୍ବର ୨୦ ତାରିଖ ଦିନ ପୋଲିସ ଓ ଅଗ୍ନିଶମ ଡିଜି ଅବସ୍ଥାପିତ ଥିବା ବିଜୟ କୁମାର ଶର୍ମା ଗୃହ ବିଭାଗକୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ ବଦଳି ହୋଇଥିଲେ। ସରକାର ତାଙ୍କ ସ୍ଥାନରେ ଓଡିଶା କ୍ୟାଡରର ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତ କରିଥିଲେ।

ତେବେ ଅଭୟ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଆକାଡେମୀ (ଏସଭିଏନପିଏ) ରେ ଅବସ୍ଥାପିତ ଥିବାରୁ ଅଚାନକ ଦାୟିତ୍ୱଗ୍ରହଣ କରିପାରିନଥିଲେ। ଏଣୁ ସତ୍ୟଜିତ ମହାନ୍ତିଙ୍କୁ ଅନ୍ତରିଣ ଡିଜି ନିଯୁକ୍ତ କରିଥିଲେ।  ଏଣୁ ଅଭୟ ଏବେ ଏସଭିଏନପିଏରୁ ଦାୟିତ୍ୱମୁକ୍ତ ହୋଇ ସାରିଥିବାରୁ ରାଜ୍ୟ ପୋଲିସ ମୁଖ୍ୟ ଦାୟିତ୍ୱ ତୁଲାଇବେ।

୨୦୧୦ ମସିହାରେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ବର୍ଦ୍ଧିତ ଅଭୟ ଏସଭିଏନପିଏ ପୂର୍ବରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ।  ଏକଦା କମନୱେଲଥ ଫଣ୍ଡ ବୈଷୟିକ ସହଯୋଗ ନିମନ୍ତେ ଅନ୍ତର୍ଜାତୀୟ ଡେପୁଡେଟସନରେ ଥିବା ଅଭୟ ୭ ବର୍ଷ ସିବିଆଇରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଓଡିଶା ସିବିଆଇ ଦୁର୍ନୀତି ନିବାରଣ ଶାଖାର ନେତୃତ୍ୱ ନେଇଥିବା ବେଳେ ନୂଆଦିଲ୍ଲୀରେ ବ୍ୟାଙ୍କ ଫ୍ରଡ ଓ ସିକ୍ୟୁରିଟି ସେଲ ଡିଆଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଏହା ଛଡା ସେ ସିଆରପିଏଫର ଏଡିଜି (ଟ୍ରେନିଂ) ଓ ସିବିଆଇ ଆକାଡେମୀର ନିର୍ଦ୍ଦେଶକ ମଧ୍ୟ ଅବସ୍ଥାପିତ ଥିଲେ।

   Related Posts