oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଜାଡ଼ ଶୀତରେ ବସ୍ତିବାସୀଙ୍କ ନିକଟରେ ଉଷୁମର ସ୍ପର୍ଷ ପହଞ୍ଚାଇଲେ ‘ସ୍ପ୍ରେଡିଂ ସ୍ମାଇଲସ୍ ଗ୍ରୁପ’

5/01/2022 at 3:20 PM

ଭୁବନେଶ୍ୱର ୫।୧:  କିଛି ସମୟର ଆଶ୍ୱସ୍ତି ପରେ ପୁଣି ହାଡ଼ ଥରାଉଛି ଶୀତ। ରାତିର ତାପମାତ୍ରା ପାଖାପାଖି ୧୪ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ଖସି ଆସୁଥିବା ବେଳେ ପ୍ଲାଷ୍ଟିକ୍‌ ପଲିଥିନ ଛପର ଝୁପୁଡି ତଳେ ଥୁରୁଥୁରୁ ହେଉଥିବା ଜୀବନ ଲାଗି ଉଷୁମ ସ୍ପର୍ଷ ପହଞ୍ଚାଇଛନ୍ତି ସ୍ୱେଛାସେବୀ ଅନୁଷ୍ଠାନ ‘ସ୍ପ୍ରେଡିଂ ସ୍ମାଇଲ ଗ୍ରୁପ’। ଭୁବନେଶ୍ୱର ରେଳ ଷ୍ଟେସନ, ବାଣୀବିହାର ତେଲଗୁ ବସ୍ତି ଓ ଭିଏସଏସ ନଗରର ବସ୍ତି ଅଞ୍ଚଳରେ ସ୍ମାଇଲ ଗ୍ରୁପର ସ୍ୱେଛାସେବୀ ସେମାନଙ୍କ ସଂଗୃହୀତ ଉଷୁମ ବସ୍ତ୍ର ବିତରଣ କରିଛନ୍ତି।

ସ୍ପ୍ରେଡିଂ ସ୍ମାଇଲ ଗ୍ରୁପର ସଭାପତି ରିଙ୍କୁ ନାୟକ ଓ ସମ୍ପାଦକ ରାକେଶ କୁମାର ନାୟକଙ୍କ ନେତୃତ୍ୱରେ କଳ୍ପନା, ମଣ୍ଟୁ, ଜ୍ୟୋତିରଞ୍ଜନ, ରୁବି, ସାଗର,ଲିପୁ, ବିଶ୍ୱ, ବିକାଶ, ଚିନୁ, ରାକେଶ, ମହେଶ୍ୱର ଓ କୁଅଁର ଆଦି ବସ୍ତିକୁ ବସ୍ତି ବୁଲି ନିହାତି ଶୀତବସ୍ତ୍ର ଆବଶ୍ୟକ କରୁଥିବା ବୃଦ୍ଧ,ବୃଦ୍ଧା ଓ ଶିଶୁଙ୍କୁ ସେମାନଙ୍କ ସଂଗୃହୀତ ଶୀତବସ୍ତ୍ର, କମ୍ବଳ ଓ ଚଦର ଆଦି ବିତରଣ କରିଥିଲେ। କାଲୁଆ ଶୀତରେ ରାଜଧାନୀର ବସ୍ତିରେ ରହୁଥିବା ଏପରି ଲୋକଙ୍କ ଲାଗି ଦେବଦୂତ ପାଲଟିଥିଲେ ସ୍ପ୍ରେଡିଂ ସ୍ମାଇଲ ଗ୍ରୁପ।

ବାସ୍ତବିକ ଚେନାଏ ହସ ସାଉଣ୍ଟିବାକୁ ସ୍ମାଇଲ ଗ୍ରୁପର ଏହି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଲୋକଙ୍କ ପାଖରେ ଅନେକ କିଛି ଅଛି ଦେବାକୁ, ସେମାନେ ମଧ୍ୟ ଚାହାନ୍ତି ଖୁସି ବାଣ୍ଟିବାକୁ ସମାଜରେ ଏପରି ବି ଲୋକେ ଅଛନ୍ତି ଯେଉଁମାନେ ସବୁ ଆବଶ୍ୟକତା ସବୁବେଳେ ପୂରଣ କରିବାରେ ସକ୍ଷମ ହେଉ ନାହାନ୍ତି। ଏଥିରେ  ରହିଯାଉଥିବା ଅନ୍ତର ବେଶ ପୂରଣ କରିପାରିଛନ୍ତି ସ୍ମାଇଲସ୍ ଗ୍ରୁପ। ଥୁରୁଥୁରୁ ଥଣ୍ଡାରେ ଲୋକଙ୍କ ନିକଟକୁ ପହଞ୍ଚାଇ ଦେଇଛନ୍ତି ସଯତ୍ନରେ ଲୋକେ ପଠାଇ ଥିବା ସେମାନଙ୍କ ସ୍ନେହର ସ୍ପର୍ଷ ଯାହା ଏବେ ଶୀତରେ ସେମାନଙ୍କୁ ଉଷୁମ ରଖିବ।

କାର୍ଯ୍ୟକ୍ରମର ବେଶ ସୁନ୍ଦର ଥିମ ରଖିଛନ୍ତି ସ୍ମାଇଲସ୍ ଗ୍ରୁପ୍ ‘ଥିଲେ ଦିଅନ୍ତୁ..ନଥିଲେ ନିଅନ୍ତୁ…ସହଯୋଗର ହାତ ବଢ଼ାନ୍ତୁ’ । ବାସ୍ତବିକ ସହଯୋଗ ହିଁ ଜୀବନ, ଏହା ପୁଣି ଥରେ ପ୍ରମାଣିତ କରିଛନ୍ତି ସ୍ପ୍ରେଡିଂ ସ୍ମାଇଲସ୍ ଗ୍ରୁପ। କୋଭିଡ କାଳରେ ପାଦ ପାଦରେ ବିପଦର ଆଶଙ୍କା ଏଥିରେ ଥଣ୍ଡା ଯୋଗୁ ସାଧାରଣ ଅସୁସ୍ଥତା ମଧ୍ୟ  କୋଭିଡର କାରଣ ହୋଇ ନ ପାରେ ତାହା କହି ହେବନି। ଏଥିରେ ଲୋକଙ୍କ ପାଖକୁ ଯିବାକୁ ଲୋକେ ଡରୁଥିବା ବେଳେ ସ୍ପ୍ରେଡିଂ ସ୍ମାଇଲସ୍‌ ଜରୁରି ସମୟରେ ଲୋକଙ୍କ ନିକଟକୁ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବ ଦେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି।

   Related Posts