ଆଉ ଏକ କମ୍ପାନୀର ଛଟେଇ ନିଷ୍ପତ୍ତି, ୬୦୦ କର୍ମଚାରୀଙ୍କୁ ବିଦା କରିବା ନେଇ ସୂଚନା

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଲୀ, ୨୩/୦୧: କର୍ପୋରେଟ୍‌ ସେକ୍ଟରରେ ଜାରି ରହିଛି ଛଟେଇ। ଏହାରି ମଧ୍ୟରେ ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମ Spotify ଏହାରି ସ୍ପଟିଫାଏ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛି। କମ୍ପାନୀ ଏହାର ୬ ପ୍ରତିଶତ ବା ପ୍ରାୟ ୬୦୦ କର୍ମଚାରୀଙ୍କ ଛଟେଇ କରିବା ନେଇ ସୋମବାର ସୂଚନା ଦେଇଛି। ସମ୍ଭାବ୍ୟ ମାନ୍ଦାବସ୍ଥାକୁ କମ୍ପାନୀ ହେଉଥିବାବେଳେ ଏଭଳି ଛଟେଇ କରୁଛନ୍ତି ଟେକ୍ କମ୍ପାନୀ। ସେପ୍ଟମ୍ବର ୩୦ ସୁଦ୍ଧା କମ୍ପାନୀ ପାଖରେ ୯୮୦୦ କର୍ମଚାରୀ ରହିଥିଲେ। ଏହା ପୂର୍ବରୁ ଅକ୍ଟୋବରରେ କମ୍ପାନି ନିଯୁକ୍ତି ପ୍ରକ୍ରିୟାକୁ ହ୍ରାସ କରିବା ନେଇ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦୁଇ ବଡ଼ ଟେକ୍ କମ୍ପାନି ଗୁଗଲ ଏବଂ ମାଇକ୍ରୋସଫ୍ଟ ୨୨ ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି। ଉଭୟ ଗୁଗଲ ସିଇଓ ଏବଂ ମାଇକ୍ରୋସଫ୍ଟ ସିଇଓ ଛଟେଇ ନେଇ କହିବା ସହ ଗତ କିଛି ବର୍ଷରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ନେଇ ସଙ୍କେତ ଦେଇଛନ୍ତି। ସେହିପରି ଏହା ପୂର୍ବରୁ ଆମାଜନ୍‌, ନେଟଫ୍ଲିକ୍ସ, ମେଟା କମ୍ପାନୀମାନନେ ମଧ୍ୟ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.