ଅନ୍ତ୍ୟେଷ୍ଟି ସାରି ଫେରୁଥିଲେ, ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର: ଅକାଳରେ ଚାଲିଗଲା ୬ ଜୀବନ

Published By : Prameya-News7 Bureau | November 16, 2021 IST

ଜମ୍ମୁଇ ୧୬/୧୧: ବିହାରର ଜମ୍ମୁଇରୁ ବଡ଼ ଧରଣର ସଡ଼କ ଦୁର୍ଘଟଣା । ସିକଚନ୍ଦ୍ର ନିକଟସ୍ଥ ହାଲସି ପୋଲିସ ଷ୍ଟେସନ ଅଞ୍ଚଳରେ ଟ୍ରକ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସିକନ୍ଦରା-ଶେଖପୁର ମୁଖ୍ୟ ରାସ୍ତାରେ ଅବସ୍ଥିତ ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୫ ଜଣ ଜମ୍ମୁଇ ଖାଇରା ବ୍ଲକର ନାଉଡିହା ହୋଇଥିବାବେଳେ ଜଣେ ଚୌହାନ ଜି ଅଞ୍ଚଳର ବୋଲି କୁହାଯାଉଛି । ଏମାନେ ସମସ୍ତେ ଲୋକ ଜମ୍ମୁଇ ଖାଇରା ଠାରୁ ପାଟନାକୁ ଶବଦାହ କରି ଫେରୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକ ଏବଂ ସୁମୋ ଭିକ୍ଟା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗୁରୁତର ଆହତ ହୋଇଥିବା ଚାରି ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଆହତମାନଙ୍କୁ ଡାକ୍ତରଖାନା ନିଆଯାଇ ଆଶୁ ଚିକିତ୍ସା ଚାଲିଛି । ମୃତ ଓ ଆହତଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.