ଏଭଳି ଚିହ୍ନ କୌଣସି ମହିଳାଙ୍କ ହାତ ପାପୁଲିରେ ଦେଖୁଛନ୍ତି କି ? ଅତି ସାଂଘାତିକ ଘଟଣା ହୋଇଥାଇ ପାରେ…
5/11/2018 at 4:07 PM

ଭୁବନେଶ୍ବର୫|୧୧: ଆଜିକାଲି ସୋଶିଆଲ ମିଡିଆରେ ମହିଳାମାନଙ୍କ ହାତରେ ଏହିଭଳି ଚିହ୍ନ ଥିବା ଫଟୋ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯଦି କୈାଣସି ମହିଳାଙ୍କ ହାତରେ ଏପରି ଗଭୀର କଳାଚିହ୍ନ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ତାଙ୍କର ସାହାଯ୍ୟ କରନ୍ତୁ। ଏହି ଚିହ୍ନ ଦେଖିବା ମାତ୍ରେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ।
ପାପୁଲିରେ ଏଭଳି କଳାରଙ୍ଗର ଗୋଲଚିହ୍ନ ଦେଖାଯିବା ବାସ୍ତବରେ ଏକ ଗମ୍ଭୀର ପ୍ରସଂଗ। ଯଦି ଆପଣ ଏହି ଚିହ୍ନ କୈାଣସି ମହିଳାଙ୍କ ହାତରେ ଦେଖୁଛନ୍ତି ତେବେ ତୁରନ୍ତ ୧୦୦ନମ୍ବରରେ ଫୋନ୍ କରି ଜରୁରୀକାଳୀନ ସହାୟତା ପାଇଁ ଡାକନ୍ତୁ । କାରଣ ମହିଳାଙ୍କୁ ଏହାର ଆବଶ୍ୟକତା ଅଛି। କଳା ଚିହ୍ନ ଏହା ସୂଚାଇଥାଏ ଯେ ମହିଳାଜଣକ କୈାଣସି ସମସ୍ୟାରେ ଅଛନ୍ତି ଏବଂ ତାଙ୍କୁ ସହାୟତା ଆବଶ୍ୟକ।
ଏହି କଳା ଗଭୀର ଚିହ୍ନର ଅର୍ଥ ହେଉଛି ମହିଳାଙ୍କ ଘରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଛି, ନଜରବଂଦୀ ଥିବାରୁ ସେ କାହାକୁ ଫୋନ୍ ମଧ୍ୟ କରିପାରୁନାହାଁନ୍ତି ।ସେ ଚାହିଁଲେ ବି କାହାକୁ କହିପାରୁନାହାଁନ୍ତି । ତେଣୁ ଏହି କଥାକୁ ଏଭଳି ଚିହ୍ନ ମାଧ୍ୟମରେ ପ୍ରକାଶ କରି ସେ ଆପଣଙ୍କ ସହଯୋଗ ଚାହୁଁଛନ୍ତି ।
ଆମେରିକାରେ ଏବଳି ଚିହ୍ନ ବା ସଂକେତ ଦେଉଥିବା ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ସଚେତନ ହେବା ଲାଗି ହୋଇଥିବା ଏହି ଅଭିଯାନର ନାଁ ‘ବ୍ଲାକ ଡଟ୍ ରଖାଯାଇଛି’। ସୋଶିଆଲ ମିଡିଆ ଜରିଆରେ ଏହି ବାର୍ତ୍ତା ଦିଆଯାଇଛି ଯେ ଯଦି ଆପଣ ମହିଳାଙ୍କ ହାତରେ ଏଭଳି ଚିହ୍ନ ଦେଖୁଛନ୍ତି ତେବେ ତୁରନ୍ତ ତାଙ୍କ ସାହାଯ୍ୟ କରନ୍ତୁ ଏବଂ ପୋଲିସଙ୍କୁ ଖବର ଦିଅନ୍ତୁ।
ଏହି ବ୍ଲାକ୍ ଡଟ୍ ଅଭିଯାନ କ୍ଷୀପ୍ର ବେଗରେ ଭାଇରାଲ ହେଉଛି। ସାରା ସମାଜରେ ଲୋକମାନେ ଏହାକୁ ସେୟାର କରି ମହିଳାମାନଙ୍କୁ ସାହାଯ୍ୟ କରୁଛନ୍ତି ଯାହା ଦ୍ବାରା ଘରୋଇ ହିଂସା ଏବଂ କୈାଣସି ଧରଣର ବିପଦର ଶିକାର ହେଉଥିବା ମହିଳାମାନଙ୍କୁ ସୁରକ୍ଷା ଦିଆଯାଇପାରିବ। ଏହି ପୋଷ୍ଟକୁ ସେୟାର କରି ଆପଣମାନେ ମଧ୍ୟ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଯୋଗଦାନ କରିପାରିବେ।
ସୂଚନା ଅନୁସାରେ ଏହି ଅଭିଯାନକୁ ଆରମ୍ଭ କରିଥିବା ମହିଳାଜଣକ ଗର୍ଭବତୀ ଥିଲେ ଏବଂ ନିଜ ସ୍ବାମୀଙ୍କ ନିର୍ଯ୍ୟାତନାର ଶିକାର ହେଉଥିଲେ। ସେ ସାହାଯ୍ୟ ମାଗିବା ପାଇଁ ଏହି ଉପାୟକୁ ଆପଣେଇଥିଲେ।