suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଖେଲୋ ଇଣ୍ଡିଆ ଉପରେ ଅର୍ଥ ବର୍ଷା, କ୍ରୀଡା ବଜେଟରେ ବମ୍ପର ବୃଦ୍ଧି

1/02/2023 at 3:12 PM

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହାର ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣଙ୍ଗ ବଜେଟ୍ । ଏଥର ବଜେଟରେ ସବୁ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ କରିବା ସହ ଅର୍ଥ ଆବଣ୍ଟନ କରିଛନ୍ତି । ବଜେଟରେ ଏଥର ଖେଳ ମନ୍ତ୍ରାଳୟକୁ ବିପୁଳ ଅର୍ଥ ଆବଣ୍ଟନ କରାଯାଇଛି । କେନ୍ଦ୍ର ସରକାର ଯୁବ ଏବଂ ଖେଳ ବ୍ୟାପାର ମନ୍ତ୍ରାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି, ଯାହା ପୂର୍ବ ବର୍ଷ ବଜେଟରେ ଆବଣ୍ଟିତ ରାଶି ଠାରୁ ବହୁ ଅଧିକ ।

୨୦୨୨-୨୩ ବଜେଟରେ ଖେଳ ମନ୍ତ୍ରାଳୟକୁ ୨୬୭୧ କୋଟି ଟଙ୍କା ଦିଆଯାଇଥିଲା । ଅନ୍ୟପଟେ ୨୦୨୩-୨୪ ବଜେଟରେ ୩୩୮୯ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ମୋଦୀ ସରକାର ଖେଲୋ ଇଣ୍ଡିଆର ବଜେଟରେ ୪୦୦ କୋଟି ଟଙ୍କା ବୃଦ୍ଧି କରିଛନ୍ତି, ଏବେ ଏହାର ବଜେଟ୍ ୧୦୦୦ କୋଟି ଟଙ୍କା ହୋଇଛି । ଜାମ୍ମୁ କାଶ୍ମୀରରେ ଖେଳର ବିସ୍ତାର ପାଇଁ ୧୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

କେନ୍ଦ୍ର ସରକାର ରାଷ୍ଟ୍ରୀୟ ଖେଳ ବିଶ୍ୱବିଦ୍ୟାଳୟ ପାଇଁ ୧୦୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ରାଷ୍ଟ୍ରୀୟ ଖେଳ ସଂଘ ଗୁଡିକୁ ଦିଆଯାଉଥିବା ସହାୟତା ବଜେଟକୁ ଶେଷ କରାଯାଇଛି । ପୂର୍ବ ବର୍ଷ ଏହି ଅର୍ଥରାଶି ୨୮୦କୋଟି ଟଙ୍କା ଥିଲା ।

   Related Posts