oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

‘ଭାରତ କି ବେଟିଓଁ ନେ…’ ସିନ୍ଧୁ ଓ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନରେ ଉତ୍ସାହିତ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର

2/08/2021 at 5:38 PM

ନୂଆଦିଲ୍ଲୀ ୦୨/୦୮ : ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଯେଉଁଥିପାଇଁ ସମଗ୍ର ଦେଶ ଖୁସି ଏବଂ ଭାରତୀୟ ଖେଳାଳିଙ୍କଠାରୁ ଅଧିକ ସଫଳତା ଆଶା କରୁଛନ୍ତି। ଭାରୋତ୍ତୋଳନରେ ମୀରାବାଈ ଚାନୁଙ୍କ ରୋପ୍ୟ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କ ବ୍ରୋଞ୍ଜ ଏବଂ ଭାରତୀୟ ମହିଳା ହକି ଦଳର ସେମିଫାଇନାଲରେ ପ୍ରବେଶ କରିବା ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ କରିଛି। ଏହି ସମୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ମୀରାବାଈ, ପିଭି ସିନ୍ଧୁ ଏବଂ ମହିଳା ହକି ଦଳ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏହି ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ। ଏମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ସେମି ଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି।

ଅନୁରାଗ ଠାକୁର କହିଛନ୍ତି, “ଆମେ ଆଶା କରୁଛୁ ଯେ ଆଗାମୀ ଖେଳରେ ଭାରତୀୟ ଖେଳାଳିମାନେ ଆହୁରି ଭଲ ପ୍ରଦର୍ଶନ କରିବେ। ଭାରତର ଏହି ଝିଅମାନେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ଯାହା କେବଳ ଦେଶର ଝିଅମାନଙ୍କୁ ନୁହେଁ ବରଂ ଭାରତର ଯୁବପିଢ଼ିଙ୍କୁ ମଧ୍ୟ କ୍ରୀଡା ପ୍ରତି ପ୍ରେରଣା ଯୋଗାଇଥାଏ।”

ଏଥି ସହିତ କ୍ରିକେଟର ଗୌତମ ଗମ୍ଭୀର ହକିରେ ବିଜୟ ବିଷୟରେ କହିଛନ୍ତି, “ଏହା ଏକ ଐତିହାସିକ ବିଜୟ। ଯେପରି ମହିଳା ଏବଂ ପୁରୁଷ ହକି ଦଳ କ୍ୱାର୍ଟର ଫାଇନାଲରେ ଜିତିଛନ୍ତି ହକିର ପୁନରୁତ୍ଥାନ ହୋଇଛି । ସେହି ଆତ୍ମବିଶ୍ୱାସରେ ଖେଳାଳି ସେମିଫାଇନାଲ ଖେଳିବେ ବୋଲି ମୁଁ ଆଶା କରୁଛି। ପଦକଠାରୁ ଗୋଟିଏ ବିଜୟ ଦୂରରେ। ଉଭୟ ଦଳ ବହୁତ ଭଲ ପ୍ରଦର୍ଶନ କରିବେ।”

ଗୌତମ ଗମ୍ଭୀର କହିଛନ୍ତି, “ମୁଁ କ୍ରିକେଟ୍ ଅପେକ୍ଷା ହକିର ପ୍ରଶଂସକ ଏବଂ ମୁଁ ନିଜେ ଚାହେଁ ଯେ ଯଦି ଉଭୟ ଦଳ ପଦକ ଜିତନ୍ତୁ। ୪୯ ବର୍ଷ ପରେ ପୁରୁଷ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ସମଗ୍ର ଦେଶ ଆଶା କରିବ ଦଳ ଏଥର ପଦକ ନେଇ ଆସିବ। ସମଗ୍ର ଦେଶର ଶୁଭେଚ୍ଛା ତାଙ୍କ ସହ ଅଛି। ମୁଁ ନିଶ୍ଚିତ ଯେ ଦଳ ଭଲ ପ୍ରଦର୍ଶନ କରିବ।”

   Related Posts