ଅରୁଣାଚଳର ତିନି ଖେଳାଳିଙ୍କୁ ଅପମାନରେ ଭାରତର କଡ଼ା ଜବାବ, ଏବେ ପ୍ରତିକ୍ରିୟା ରଖିଲା ଅଲିମ୍ପିକ୍‌ ଏସିଆ ପ୍ୟାନେଲ୍

Published By : Prameya-News7 Bureau | September 22, 2023 IST

ନୂଆଦିଲ୍ଲୀ: ଚୀନ୍‌ ଗସ୍ତ ବାତିଲ୍‌ କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଚୀନ୍‌ ଦ୍ବାରା ଅରୁଣାଚଳ ପ୍ରଦେଶ ଖେଳାଳିଙ୍କୁ ଅପମାନ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରକୃତରେ ହାଙ୍ଗଝୋଉରେ ଚାଲୁଥିବା ଏସିଆନ୍‌ ଗେମ୍ସରେ, ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ପ୍ରବେଶ ଦେଇନାହିଁ। ଆଉ ଏଭଳି କାମ ପାଇଁ ଭାରତ ସରକାର ଚୀନ୍‌କୁ କଡ଼ା ଜବାବ ଦେଇଛନ୍ତି ଏବଂ କ୍ରିଡ଼ାମନ୍ତ୍ରୀ ନିଜ ଗସ୍ତକୁ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଅନୁରାଗ ଠାକୁରଙ୍କୁ ଏସିଆନ ଗେମ୍ସ ଅବସରରେ ଚୀନ୍‌ ଯିବାର ଥିଲା।

ବିଦେଶ ମନ୍ତ୍ରାଳୟ ଏହି ମାମଲାରେ ଲିଖିତ ବିବୃତ୍ତିରେ କହିଛନ୍ତି ଯେ, ’’ଚୀନ୍‌ରେ ଅରୁଣାଚଳର​ ଲୋକଙ୍କ ସହ ଭେଦଭାବ କରଯାଇଛି। ସେମାନଙ୍କୁ ଏସିଆନ ଗେମ୍ସରେ ପ୍ରବେଶ ଦିଆଯାଇନାହିଁ। ଯାହା ପରେ ଏବେ ଭାରତର କ୍ରୀଡ଼ା ମନ୍ତ୍ରୀ ସେହି ଦେଶରେ ପାଦ ରଖିବେ ନାହିଁ। ଚୀନର ଏଭଳି କାମକୁ ଭାରତ ସରକାର ସଂପୂର୍ଣ୍ଣ ବିରୋଧ କରିଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶର କୌଣସି ବି ରାଜ୍ୟ ସହ ଏଭଳି ବ୍ୟବହାର ଗ୍ରହଣ କରାଯିବନାହିଁ। ଚୀନ୍‌ ଏସିଆନ୍ ଗେମ୍ସର ଭାବନା ଏବଂ ନିୟମ ଉଭୟର ଉଲ୍ଲଘଂନ କରିଛି।’’

ଆହୁରି ପଢ଼ନ୍ତୁ: ଚୀନ୍‌ର ଶସ୍ତା ଷ୍ଟିଲ୍‌ ଯୋଗୁ ଘରୋଇ କମ୍ପାନିଙ୍କୁ ଘାଟା, ୫ ବର୍ଷ ପର୍ଯ୍ୟନ୍ତ ଆଣ୍ଟିଡମ୍ପିଂ ଶୁଳ୍କ ଲାଗୁ

ସେପ​‌ଟେ, ଅଲିମ୍ପିକ୍ କାଉନସିଲ୍‌ ଅଫ୍‌ ଏସିଆ (OCA) ଏଥିକ୍ସ କମଟିର ଚେୟାରମ୍ୟାନ୍‌ ଓ୍ବି ଜିଜହଙ୍ଗ୍ କହିଛନ୍ତି ଭାରତୀୟ ଖେଳାଳୀଙ୍କୁ ଚାଇନାରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ପାଇଁ ମନା କରାଯାଇନାହିଁ। ଏମିତିକି ଚାଇନା ଅଧିକାରୀ କହିଛନ୍ତି ଏହି ଖେଳାଳିମାନେ ହିଁ ଭିସାକୁ ଗ୍ରହଣ କରିବାକୁ ମନା କରିଛନ୍ତି।’’

ସୂଚନାଥାଉକି, ଏସିଆନ ଗେମ୍ସରେ ଭାରତୀୟ ମାର୍ଶଲ ଆର୍ଟ୍ସର ଟିମ୍‌ରେ ତିନି ଜଣ ଖେଳାଳି ଅରୁଣାଚଳର ଥିଲେ। ମହିଳା ବୁଶୁ ଟିମ୍‌ର ୩ ଖେଳାଳି ଚୀନ୍‌ ଯାଇ ପାରିନାହାଁନ୍ତି କାରଣ ତାଙ୍କୁ ଏସିଆନ ଗେମ୍ସର ଜରୁରୀ ଦସ୍ତାବିଜ୍‌ ମିଳିପାରିନାହିଁ। ପୂର୍ବରୁ ତିନି ଖେଳାଳିଙ୍କୁ ଏସିଆନ ଗେମ୍ସ କମିଟିୀରୁ ମଞ୍ଜୁରୀ ମିଳିଥିଲା କିନ୍ତୁ ଏହା ପରେ ତାଙ୍କୁ ଆକ୍ରିଡେସନ କାର୍ଡ ଦିଆଯାଇନଥିଲା। ୧୦ ସଦସ୍ୟ ବିଶିଷ୍ଟ ମାର୍ଶଲ ଆର୍ଟ ଟିମ୍‌ ୭ ସଦସ୍ୟଙ୍କ ସହ ଚୀନ୍‌ ଯିବାକୁ ପଡ଼ିଥିଲା। କିନ୍ତୁ ଚୀନ୍‌ ସରକାରଙ୍କ ଏହି କାମ ଫଳରେ ଉଭୟ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.