ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ଆଧ୍ୟାତ୍ମିକ ଗୁରୁଙ୍କ ସମେତ ୪ ମୃତ

Published By : Prameya-News7 Bureau | November 18, 2023 IST

ଇଟାନଗର: ଅରୁଣାଚଳ ପ୍ରଦେଶର କମଲେ ଜିଲ୍ଲାରେ ଭୂସ୍ଖଳନ ଘଟି ୪ ଜଣଙ୍କ ମୃତ୍ୟୁ ହେଇଛି। ମୃତକଙ୍କ ମଧ୍ୟରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ତାଙ୍କ ୩ ସହଯୋଗୀ ଅଛନ୍ତି। ପୋଲିସ ଅଧୀକ୍ଷକ ଥୁଟନ ଜାମ୍ବା କହିଛନ୍ତି ଯେ ଶୁକ୍ରବାର ଜିଲ୍ଲାର ନିର୍ମାଣାଧୀନ ଟ୍ରାନ୍ସ ଅରୁଣାଚଳ ରାଜପଥରେ ଏହି ଘଟଣା ଘଟିଛି।

ସେ କହିଥିଲେ ଯେ ଆଧ୍ୟାତ୍ମିକ ଗୁରୁ ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆସିଥିବାବେଳେ ତାଙ୍କର ସହଯୋଗୀମାନେ ଆସାମର ବାସିନ୍ଦା ଥିଲେ। ସୁବାନସିରି ଜିଲ୍ଲାର ଡମ୍ପୋରିଜୋ ଠାରେ ତିନି ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସମସ୍ତେ ଇଟାନଗର ଯାଉଥିଲେ।

ଅଧିକାରୀ କହିଛନ୍ତି ଯେ ରାଗା ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ମୃତଦେହକୁ ଅଳିଆ ଆବର୍ଜନାରୁ ବାହାର କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.