ଜ୍ୟୋତିଷ ଏବଂ ଆଧ୍ୟାତ୍ମିକ ଆପ୍ ପାଇଁ ବରଦାନ ସାଜିଲା ମହାମାରୀ, କରୋନା ପରେ ମିଳିଛି ୟୁଜର ଏବଂ ନିବେଶକଙ୍କ ଆଶୀର୍ବାଦ

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ବହୁ କ୍ଷେତ୍ରରେ ଅନେକ ପରବର୍ତ୍ତନ ଆସିଛି । ଅନଲାଇନ୍ ଏବଂ ବଢୁଥିବା ଇଣ୍ଟରନେଟ୍ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଯାହାର ଲାଭ ଆଧ୍ୟାତ୍ମିତ ଏବଂ ଧାର୍ମିକ ସେବା ଉପଲବ୍ଧ କରାଉଥିବା ଆପ୍‌କୁ ମିଳିଛି । ଆଷ୍ଟ୍ରୋଟକ୍, ଆପ୍ ଫର୍ ଭାରତ, ଭାମା.ଆପ୍, ଦେବଧାମ ଏବଂ ଉତ୍ସବ ପରି ଆପ୍ ଲୋକଙ୍କ ଆଧ୍ୟାତ୍ମିକ ପ୍ରତି ବଢୁଥିବା ଇଚ୍ଛାକୁ ନିଜ ଆଡ଼କୁ ଟାଣିଛନ୍ତି । ଏପରିକି କିଛି ସଂସ୍ଥା ଆଧ୍ୟାତ୍ମିକ ପର୍ଯ୍ୟଟନ( ସ୍ପିରିଟ୍ୟୁଆଲ୍ ଟୁରିଜିମ୍) ଉପଲବ୍ଧ କରାଇବା ଆରମ୍ଭ କରିଛନ୍ତି ।

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଭାମା.ଆପ୍ ପ୍ରତିଷ୍ଠାତା ମନୁ ଜୈନ କହିଛନ୍ତି ଯେ କରୋନା ଆଧ୍ୟାତ୍ମିକ ଏବଂ ଜ୍ୟୋତିଷ ସହ ଜଡ଼ିତ ଆପ୍ ପାଇଁ ବରଦାନ ହୋଇଛି । ମନୁ ଜୈନଙ୍କ ଏହି ଆପ୍ ଜ୍ୟୋତିଷ ସେବା ପ୍ରଦାନ କରିବା ସହ ଭର୍ଚୁଆଲ୍ ପୂଜା ଏବଂ ମନ୍ଦିର ଦର୍ଶନ ଏବଂ ଅନୁଷ୍ଠାନ ବୁକ୍ କରିଥାଏ । ତେବେ ରିପୋର୍ଟ ଅନୁସାରେ ସ୍ମାର୍ଟପୂଜା, ହରିଭାରା ଏବଂ ଇ-ପୂଜା ପରି ପ୍ଲାଟଫର୍ମ ଯେଉଁମାନେ ମଧ୍ୟ ଆଧ୍ୟାତ୍ମିକ ସେବା ଉପଲବ୍ଧ କରାନ୍ତି ସେମାନେ ସମାନ ସଫଳତା ପାଇନାହାନ୍ତି । 

ଜୈନଙ୍କ ଅନୁସାରେ, 'ବର୍ଷ-ଦୁଇ ବର୍ଷ ପୂର୍ବ ଯାଏ ଭେଞ୍ଚର କ୍ୟାପିଟାଲିଷ୍ଟ ଏହି କ୍ଷେତ୍ରକୁ ଠୋସ୍ ଏବଂ ନଗଦ ସୃଷ୍ଟିକାରୀ ବ୍ୟବସାୟ ରୂପେ ଚିହ୍ନଟ କରିନଥିଲେ ।' ସେ ଦାବି କରିଛନ୍ତି ଯେ ତାଙ୍କ ଆପ୍ ବର୍ତ୍ତମାନ ସମୟରେ ୨ ମିଲିୟନ ବା ପ୍ରାୟ ୧୬.୭ କୋଟି ଟଙ୍କାର ବାର୍ଷିକ ରାଜସ୍ୱ ପାଉଛି ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ୍ ପରେ ଭକ୍ତି ଆପ୍ ବ୍ୟବହାରରେ ମଧ୍ୟରେ ବୃଦ୍ଧି ଆସିଛି । କିଛି ଉଦ୍ୟୋଗ ବିଶେଷଜ୍ଞ ଏହାର ତୁଳନା ୨୦୧୬ ବିମୁଦ୍ରିକରଣ ପରେ ପେଟିଏମ ପରି ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମର ବୃଦ୍ଧି ସହ ତୁଳନା କରୁଛନ୍ତି । ସେହିପରି କିଛି ବିଶେଷଜ୍ଞଙ୍କ ମତରେ ଭାରତରେ ସବୁବେଳେ ଭକ୍ତିର ସ୍ଥାନ ରହିଛି । ତେବେ କରୋନା ପରେ ଡିଜିଟାଲ ବ୍ୟବହାର ବଢିବା ପରେ ସୁଯୋଗ ବଢିଥିଲା । କରୋନା ପରେ ଅନଲାଇନ ଜ୍ୟୋତିଷ ଏବଂ ଡିଜିଟାଲ ପୂଜାର ଗ୍ରହଣୀୟତା ଲୋକଙ୍କ ମଧ୍ୟରେ ବଢିଛି । ଏପରିକି ୨୦ରୁ ୩୦ ବର୍ଷୀୟ ଯୁବପିଢିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.