ମହିଳାଙ୍କ କାନରେ ପଶିଗଲା ବୁଢିଆଣୀ : କାନ ଭିତରେ ତିଆରି କଲା ଜାଲ, ଭିଡିଓ ଭାଇରାଲ

Published By : Prameya-News7 Bureau | April 29, 2020 IST

ବେଜିଙ୍ଗ ୨୯/୦୪ : ଜଣେ ମହିଳାଙ୍କ କାନରେ ଗୋଟିଏ ବୁଢିଆଣୀ ପଶିଗଲା ଏବଂ କାନ ଭିତରେ ଜାଲ ତିଆରି କରିଦେଲା | ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହୋଇଛି | ଡେଲି ଷ୍ଟାରରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଚୀନରେ ଜଣେ ଡାକ୍ତର ଜଣେ ବୟସ୍କ ମହିଳାଙ୍କ ବାମ କାନରୁ ବୁଢିଆଣୀକୁ ବାହାର କରିଛନ୍ତି | ଡାକ୍ତର ଲାଇଭ ଭିଡିଓ ଦେଖାଇ ମହିଳାଙ୍କ ଅପରେସନ କରିଛନ୍ତି | ବୁଢିଆଣୀ ପାଖାପାଖି ସପ୍ତାହେ ଯାଏଁ ମହିଳାଙ୍କ କାନରେ ରହିଥିଲା |

ଏପ୍ରିଲ ୨୨ ତାରିଖରେ ମହିଳା ଜଣକ ହସ୍ପିଟାଲ ଯାଇଥିଲେ | ମହିଳା ଚୀନର ସିଚୁଆନ ଅଞ୍ଚଳରେ ରୁହନ୍ତି | ସେ ମିୟାୟାଙ୍ଗ ହସ୍ପିଟାଲ ଯାଇଥିଲେ | ମହିଳାଙ୍କ କାନରେ ଯନ୍ତ୍ରଣା ହେବା ସହ କୁଣ୍ଡେଇ ହେଉଥିଲା ଏବଂ କାନ ଭିତରେ ଆବାଜ ହେଉଥିଲା ବୋଲି ସେ ଡାକ୍ତରଙ୍କୁ କହିଥିଲେ |

{"id":262080,"width":578,"height":325,"sizeSlug":"large"}

ଡାକ୍ତର ମହିଳାଙ୍କ କାନର ଅଟୋସ୍କପି କରିଥିଲେ | ତାଙ୍କ କାନରେ ଏକ ଜୀବନ୍ତ ବୁଢିଆଣୀ ଥିବା ପରୀକ୍ଷାରେ ଜଣାପଡିଥିଲା | କାନରେ କିଛି କେମିକାଲ ପକାଇ ଏକ ଚିମୁଟା ସାହାଯ୍ୟରେ ଡାକ୍ତର ମହିଳାଙ୍କ କାନରୁ ବୁଢିଆଣୀକୁ ବହାର କରିଥିଲେ | ବୁଢିଆଣୀକୁ କାନରୁ ବାହାର କରିବାର ପୁରା ପ୍ରକ୍ରିୟା ଡାକ୍ତର ଲାଇଭ କରିଥିଲେ | ଏହି ଭିଡିଓକୁ ଚୀନର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର କରାଯାଇଛି |

wp:html
/wp:html

ସୌଭାଗ୍ୟବଶତଃ ବୁଢିଆଣୀ ମହିଳାଙ୍କ କାନକୁ କ୍ଷତିଗ୍ରସ୍ତ କରିନଥିଲା | ତେବେ ବୁଢିଆଣୀ ଛୋଟ ଥିଲା ଯେଉଁଥିପାଇଁ ସେ ମହିଳାଙ୍କ ଇୟରଡ୍ରମକୁ କୌଣସି କ୍ଷତି କରିନଥିଲା ବୋଲି ଡାକ୍ତର କହିଛନ୍ତି | ନଚେତ ମହିଳାଙ୍କୁ କାନ ହାନି ପହଞ୍ଚିଥାନ୍ତା ଏବଂ ତାଙ୍କୁ ଶୁଣିବାରେ ସମସ୍ୟା ହୋଇଥାନ୍ତା ବୋଲି କହିଛନ୍ତି ଡାକ୍ତର ଲିୟୁ | ତେବେ କାନରେ ବୁଢିଆଣୀ ପଶିବା ଏକ ସାଧାରଣ ଘଟଣା ନୁହେଁ ବୋଲି ମଧ୍ୟ କହିଛନ୍ତି ଡାକ୍ତର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.