ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଫିଲ୍ମ ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ର ଆଡ଼ଭାନ୍ସ ବୁକିଂ ଉଡାଇଦେଲା ହୋସ: ଟିକେଟ୍ ୨୨୦୦ ଟଙ୍କା, ବୁକିଂ ହାଉସଫୁଲ୍

13/12/2021 at 6:54 PM

ନୂଆଦିଲ୍ଲୀ ୧୩/୧୨ : Spider Man No Way Home ଭାରତରେ ଡିସେମ୍ବର ୧୬ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ୧୭ ତାରିଖରେ ସାରା ଦୁନିଆରେ ରିଲିଜ ହେବ। ଫିଲ୍ମକୁ ନେଇ ଇଣ୍ଡିଆନ ବକ୍ସ ଅଫିସ ଦର୍ଶକଙ୍କ ଉତ୍ସାହ ସବୁ ରେକର୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷର ସବୁଠାରୁ ବଡ ମାର୍ବଲ ଫିଲ୍ମ ମଧ୍ୟରୁ ଗୋଟିଏ ଶୋ’ ପାଇଁ ଯେଉଁଭଳି ଭାବେ ଆଡ଼ଭାନ୍ସ ବୁକିଂ ହେଉଛି ତାକୁ ଦେଖି ଅସ୍ବୀକାର କରିହେବନି ଯେ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହେବ। ମାର୍ବଲ ଫିଲ୍ମ ସାରା ବିଶ୍ୱରେ ଲୋକପ୍ରିୟ। କିନ୍ତୁ ଭାରତରେ ମାର୍ବଲ ଫିଲ୍ମର ଏକ ବଡ ବଜାର ଅଛି।

ହଲିଉଡ଼ ଫିଲ୍ମ Spider Man No Way Home ରିଲିଜ ହେବା ପୂର୍ବରୁ ଧୁମ କଲାଣି। ଜୋରସୋରର ଫିଲ୍ମର ବୁକିଂ ହେଉଛି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ଭାବେ ଅନେକ ସ୍ଥାନରେ ଟିକେଟ ୨୨୦୦ ଟଙ୍କା ହୋଇଯାଇଛି। ଶୋ’ ଆଡ଼ଭାନ୍ସରେ ହାଉସଫୁଲ ହୋଇଗଲାଣି। ଏଥିରୁ ସ୍ପଷ୍ଟ ଯେ ରୋମାଞ୍ଚକ ମନୋରଞ୍ଜନ ପାଇଁ ସିନେପ୍ରେମୀ ନିଜ ପକେଟ ଖାଲି କରିବାକୁ ମଧ୍ୟ ପ୍ରସ୍ତୁତ।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଟମ ହଲେଣ୍ଡ। ଫିଲ୍ମରେ ମଲ୍ଟି ୟୁନିଭର୍ସ ସମ୍ପର୍କରେ ଦର୍ଶାଯାଇଛି ଯେଉଁଥିରେ ଟାଇମ ଜୋନର ସବୁ ଭିଲେନ ଏକାସାଙ୍ଗେ ଗୋଟିଏ ସ୍ଥାନକୁ ଆସିଥାନ୍ତି। ଫିଲ୍ମଟି ଭାରତରେ ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବା।

   Related Posts