ସ୍ପାଇସଜେଟ୍ କରିବ ବଡ଼ ଛଟେଇ ! ୧୪୦୦ କର୍ମଚାରୀଙ୍କୁ ବିଦା କରିବ କମ୍ପାନି

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ଆର୍ଥିକ ସଂକଟର ସାମନା କରୁଥିବା ସାଇସଜେଟ୍ ନିଜର ଅନେକ କର୍ମଚାରୀଙ୍କୁ ବାହାର କରିବାକୁ ଯାଉଛି । ବିମାନ କମ୍ପାନି ନିବେଶକଙ୍କ ଭରସା ବିଜାୟ ରଖିବା ପାଇଁ ଖର୍ଚ୍ଚ କାଟ ଉପାୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ କରିବାକୁ ଯାଉଛି । ରିପୋର୍ଟ ଅନୁସାରେ ସ୍ପାଇସଜେଟ୍ ଏୟାରଲାଇନ୍ସ ନିଜ କର୍ମଚାରୀଙ୍କ ସଂଖ୍ୟାରେ ୧୪୦୦ କମ କରିବାକୁ ଯାଉଛି ।  ଏହି ସଂଖ୍ୟା କମ୍ପାନିର ମୋଟ ଶ୍ରମ ଶକ୍ତିର ୧୫ ପ୍ରତିଶତ ।

ରିପୋର୍ଟ ଅନୁସାରେ ସ୍ପାଇସଜେଟ୍ ଏୟାରଲାଇନ ବର୍ତ୍ତମାନ ୯ ହଜାର ଲୋକଙ୍କୁ ନେଇ ପରିଚାଳିତ ଏବଂ କମ୍ପାନି ପ୍ରାୟ ୩୦ ବିମାନ ଚଳାଚଳ କରୁଛି । ରିପୋର୍ଟ ଅନୁସାରେ କମ୍ପାନିର ବେତନ ବିଲ୍ ୬୦ କୋଟି ଟଙ୍କା ଏବଂ ଏହି କାରଣରୁ କମ୍ପାନି ନିଜ ଶ୍ରମ ଶକ୍ତି କମ କରିବାକୁ ଯାଉଛି ।

ପଢନ୍ତୁ: ବଡ଼ ପ୍ଲାନ କରୁଛି ନୋକିଆ ! କମ୍ପାନୀ କରିପାରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ

ମିଡିଆ ରିପୋର୍ଟ ଅନୁସାରେ ଅନେକ କର୍ମଚାରୀଙ୍କ ଦରମା ବହୁ ମାସରୁ ବକେୟା ରହିଛି । ଅନେକ କର୍ମଚାରୀ ନିଜ ଜାନୁଆରୀ ମାସର ଦରମା ମଧ୍ୟ ପାଇ ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ବିମାନ କମ୍ପାନି ୨୨୦୦ କୋଟି ଟଙ୍କା ଫଣ୍ଡ ଏକାଠି କରିବା ପାଇଁ ଉଦ୍ୟମ କରୁଛି ।

୨୦୧୯ରେ ନିଜର ସବୁଠୁ ଭଲ ସମୟରେ ସ୍ପାଇସଜେଟ୍ ପାଖରେ ୧୧୮ ବିମାନ ଥିଲା ଏବଂ ପ୍ରାୟ ୧୬ ହଜାର କର୍ମଚାରୀ କାମ କରୁଥିଲେ । ଏୟାରଲାଇନର ୨୦୧୯ ଅକ୍ଟୋବରରେ ଘରୋଇ ବଜାରରେ ୧୬.୩ କବଜା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.