ପରଲୋକରେ SPG ନିର୍ଦ୍ଦେଶକ ଅରୁଣ କୁମାର, ଜାଣନ୍ତୁ ଏହି ରାଷ୍ଟ୍ରପତିଙ୍କ ହତ୍ୟା ଘଟଣାର କରିଥିଲେ ତଦନ୍ତ
7/09/2023 at 8:30 AM

ନୂଆଦିଲ୍ଲୀ ୦୭।୦୯ : ସ୍ପେଶାଲ ପ୍ରୋଟେକ୍ସନ ଫୋର୍ସ (SPG)ର ନିର୍ଦ୍ଦେଶକ ଅରୁଣ କୁମାର ସିଂହ୍ନାଙ୍କ ଦେହାନ୍ତ । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଅରୁଣ କୁମାର ସିହ୍ନା ନିଜର ଶେଷ ନିଶ୍ୟାସ ତ୍ୟାଗ କରିଛନ୍ତି । ୧୯୮୮ କେରଳ କ୍ୟାଡରର ଆଇପିଏସ୍ ଅଫିସର ଥିଲେ ଅରୁଣ କୁମାର ସିହ୍ନା ।
ଖବର ଅନୁଯାୟୀ, ଅରୁଣ କୁମାର ସିହ୍ନା ୨୦୧୬ରେ ଏସ୍ପିଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଅସୁସ୍ଥତା କାରଣରୁ ସେପ୍ଟେମ୍ବର ୪ରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସେଠାରେ ଅଭିଜ୍ଞ ଡାକ୍ତର ଲଗାତର ଭାବେ ଅରୁଣଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଯାଞ୍ଚ କରୁଥିଲେ । କିନ୍ତୁ ଶେଷରେ ବୁଧବାର ଦିନ ସକାଳ ସମୟରେ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଇଯାଇଛି ।
ଅରୁଣ କୁମାର ସିହ୍ନା ନିଜର ପାଠପଢା ଝାରଖଣ୍ଡରୁ ଆରମ୍ଭ କରିଥିଲେ । ପରେ ୧୯୮୮ରେ କେରଳ କ୍ୟାଡର ଭାବେ ଆଇପିଏସ୍ ପାଇଥିଲେ । ଏହାପରେ କେରଳ ପୋଲିସର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ଯେପରି କି ଡିସିପି, କମିଶନର, ରେଞ୍ଜ ଆଇଜି, ଗୁଇନ୍ଦା ଆଇଜି, ଆଡ୍ମିଷ୍ଟ୍ରେସନ ଆଇଜି ପରି ପଦରେ ରହିଥିଲେ । ଏପିରିକି ମାଲଦୀପ ରାଷ୍ଟ୍ରପତିଙ୍କ ହତ୍ୟା ଘଟଣାର ତଦନ୍ତ କରିଥିଲେ ଅରୁଣ କୁମାର ସିହ୍ନା । ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିଲେ ଅରୁଣ । ଏହାପରେ ୩୧ ଅକ୍ଟୋବର ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହୋଇଯାଇଥିଲା । ଯାହାପରେ ୧୯୮୮ ସଂସଦରେ ଏସ୍ପିଜି ଆକ୍ଟ ପାରିତ ହୋଇଥିଲା । ଯାହାପରେ ଏସପିଜିର ଗଠନ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀକୁ ସୁରକ୍ଷା ଦେବାକୁ ନିୟମ ରହିଥିଲା । କିନ୍ତୁ ୧୯୮୯ରେ ବିପି ସିଂହ ସରକାର ରାଜୀବ ଗାନ୍ଧୀଙ୍କ ଠାରୁ ଏସପିଜି ସୁରକ୍ଷା ହଟାଇ ଦେଇଥିଲେ ।
ଶେଷରେ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଯାଇଥିଲା । ଏହାପରେ ଏସ୍ପିଜି ନିୟମରେ ସଂଶୋଧନ କରାଯାଇଥିଲା । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ୧୦ ବର୍ଷ ଯାଏଁ ଏସପିଜି ସୁରକ୍ଷା ମିଳିବ । ୨୦୦୩ ଅଟଳ ବିହାରି ବାଜପେୟୀ ସରକାରରେ ପୁଣି ଥରେ ଏସପିଜି ନିୟମରେ ପରିବର୍ତ୍ତନ ହୋଇଥିଲା । ଏହା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଏକ ବର୍ଷ ଯାଏଁ ଏସ୍ପିଜି ସୁରକ୍ଷା ମିଳିବ । କିନ୍ତୁ ମୋଦି ସରକାର ପୁଣି ଥରେ ଏସ୍ପିଜି ଆକ୍ଟରେ ପରିବର୍ତନ କରିଥିଲେ । ଏଥିରେ କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଆଇନ ରହିଛି । ଆଉ କୌଣସି ବ୍ୟକ୍ତିଙ୍କୁ ଏସପିଜି ସୁରକ୍ଷା ମିଳିବନାହିଁ ବୋଲି ଆକ୍ଟରେ ରହିଛି ।