ଦିଲ୍ଲୀରେ ଇ-ରିକ୍ସାକୁ ଧକ୍କା ଦେଲା BMW କାର, ୨ମୃତ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬।୦୫: ରାଜଧାନୀ ଦିଲ୍ଲୀର ନୋଏଡା ଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଏକ ବିଏମ୍‌ଡବ୍ଲୁ କାର ଇ-ରିକ୍ସାକୁ ଧକ୍କା ଦେଇଛି । କାରଟି ଏତେ ସ୍ପିଡ୍‌ରେ ଥିଲା ଧେ ଧକ୍କାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନିଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। 

ପୋଲିସ କାରରେ ଥିବା ଦୁଇଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛନ୍ତି। ତିନି ଜଣ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ BMW କାରର ଏବଂ ଇ-ରିକ୍ସା ଖଣ୍ଡ ଖଣ୍ଡ ହୋଇଯାଇଥିଲା । ପୋଲିସ କହିଛି ଯେ ସକାଳ ୬ଟାରେ ଏହି ଘଟଣା ଘଟିଛି। ଇ-ରିକ୍ସା ବିଏମଡବ୍ଲୁ କାର ପଛରୁ ଧକ୍କା ଦେଇଥିଲା। ଇ-ରିକ୍ସାରେ ପାଞ୍ଚ ଜଣ ଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ତିନି ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଛି।

 

ଗିରଫ ବ୍ୟକ୍ତିମାନେ ତୁଷାର ଏବଂ ଆଦି ବୋଲି ଜଣାପଡିଛି। ଉଭୟ ନୋଏଡାର ବାସିନ୍ଦା । ତାଙ୍କର ତୃତୀୟ ସହଯୋଗୀ ଅମନ ସିସୋଦିଆ ଯିବେ ଫେରାର୍‌ ଅଛନ୍ତି। ଆହତମାନଙ୍କ ମଧ୍ୟରେ ପୱନ ୨୭ ବର୍ଷ ଏବଂ ସୁରଜ ୨୦ ବର୍ଷର ରାଜେନ୍ଦ୍ର ୪୦ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହମ୍ମଦ ମୁସ୍ତାଫା (୫୦) ଏବଂ ରଶ୍ମୀ (୨୫) ବୋଲି ଜଣାପଡିଛି। ରଶ୍ମୀ ମେଟ୍ରୋ ହସ୍ପିଟାଲର ଜଣେ କର୍ମଚାରୀ ନର୍ସ ଥିଲେ। ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.