scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

INDIA ସହଯୋଗୀ ନିତିଶ କୁମାର  ଫେରିପାରନ୍ତି NDAକୁ , ହେଲେ ରହିଛି ସର୍ତ୍ତ

25/01/2024 at 10:43 PM

ନୂଆଦିଲ୍ଲୀ ୨୫।୧: ଆକଳନ କରାଯାଉଛି ବିହାର ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ  ନିତିଶ କୁମାର ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଫେରିପାରନ୍ତି। ତେବେ ଇଣ୍ଡିଆ ଟୁଡେ ଗୁରୁବାର ବିଜେପି ସୂତ୍ରକୁ ଆଧାର କରି କହିଛି ଯେ ଗେରୁଆ ପାର୍ଟି ଜେଡି(ୟୁ) ମୁଖ୍ୟଙ୍କ ନିମନ୍ତେ ଏକ ସର୍ତ୍ତ ରଖିଛି, ତାହା ହେଉଛି ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦଛାଡିବାକୁ ହେବ। 

ଏଥିରେ ଓପିନିୟନ ଓ ଏଗଜିଟ ପୋଲ ମାଧ୍ୟମରେ ନିର୍ବାଚନ ଭବିଷ୍ୟତବାଣୀ କରୁଥିବା ‘ଜନ କି ବାତ’ ଏକ ସୂତ୍ରରୁ କହିଛି ଯେ ନିତିଶ କୁମାର ଏବେ ଏନଡିଏକୁ ଫେରିବାକୁ ପ୍ରସ୍ତୁତ ଓ ବର୍ତ୍ତମାନ ରାଜ୍ୟ ବିଧାନସଭାକୁ ଭଙ୍ଗ କରିବା ପାଇଁ ଆଇନଗତ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଏହା ପୂର୍ବରୁ ଏନଡି ଟିଭି ସୂତ୍ରକୁ ଆଧାର କରି ସୂଚିତ କରିଥିଲା ଯେ ନିତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଜାନୁୟାରୀ ୨୯ରେ ବିହାରକୁ ପ୍ରବେଶ କରିବା ବେଳେ ଏଥିରେ ନିତିଶ ଭାଗ ନେଇ ନ ପାରନ୍ତି। ଏହା ଛଡା ଜି ନ୍ୟୁଜ କହିଛି ଯେ ନିତିଶ କୁମାରଙ୍କୁ କେନ୍ଦ୍ରରେ ସ୍ଥାନ ମିଳିପାରେ।

କୁହାଯାଉଛି ପାଟନାରେ ଏବେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ଟାଇମ୍ସ ନାଓ ରିପୋର୍ଟ ଅନୁସାରେ ଜେଡିୟୁ ନେତା ନିତିଶ କୁମାର ତାଙ୍କ ଆବାସରେ ବୈଠକ ଚଳାଇଛନ୍ତି। ସେପଟେ ଆରଜେଡି ନେତା ଏବେ ଲାଲୁ ଯାଦବଙ୍କ ଘରେ ବୈଠକ କରୁଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରାଜ୍ୟରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ଡକାଯାଇଛି ଓ ସୁଶୀଲ ମୋଦି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପାରନ୍ତି। ତେବେ ଖବର ଅନୁସାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ରୂପେ ମୁଁ ଏତିକି କହିପାରେ ଯେ ନିତିଶ କୁମାରଙ୍କ ନିମନ୍ତେ ଆମ ପାର୍ଟିରେ ପ୍ରବେଶର ମାର୍ଗ ବନ୍ଦ ହୋଇଯାଇଛି। କାରଣ ସେ ଜଣେ ଅବିଶ୍ୱସନୀୟ ରାଜନେତା।

ଇଣ୍ଡିଆ ମେଣ୍ଟର ମୁଖ୍ୟ ନେତା ନିତିଶ କୁମାର ଦୁଇ ବର୍ଷ ପୂର୍ବେ ବିଜେପିରୁ ନିଜକୁ ଦୂରେଇ ନେଇଥିଲେ। ଜେଡି(ୟୁ) ନେତା କେ.ସି ତ୍ୟାଗୀ ଗୁରୁବାର କହିଛନ୍ତି ଯେ ନିତିଶ କୁମାର କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଏକ ଗଣମାଧ୍ୟ ସହ ଆଲୋଚନାରେ ଯେଉଁଭଳି କର୍ପୁରୀ ଠାକୁର ତାଙ୍କ ନିଜ ପୁଅକୁ ଏମଏଲଏ ଟିକେଟ ଦେଇନଥିଲେ, ନିତିଶ କୁମାର ତାର ଉଚ୍ଚ ପ୍ରଶଂସା କରିଥିଲେ। ସୂତ୍ର ଅନୁସାରେ ନିତିଶ କୁମାର ପୂର୍ବରୁ ଇଣ୍ଡିଆ ମେଣ୍ଟର ସଂଯୋଜକ ପଦକୁ ଅସ୍ୱୀକାର କରିଦେଇଥିଲେ।

ବୁଧବାର ଇଣ୍ଡିଆ ମେଣ୍ଟକୁ ସେତେବେଳେ ଝଟକା ଲାଗିଥିଲା, ଯେତେବେଳେ ତୃଣ ମୂଳ ନେତ୍ରୀ ମମତା ବାନାର୍ଜୀ ତାଙ୍କ ପାର୍ଟି ବେଙ୍ଗଲରେ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। ସେପଟେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ରାଜ୍ୟରେ ଆପ୍ ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲେ। ଏହି ସବୁ ଅଟକଳ ଯୋଗୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବ ରାଜ ବୋମଇ ବିରୋଧୀଙ୍କ ମେଣ୍ଟ ସହଯୋଗୀଙ୍କ ଅସନ୍ତୋଷ ଲାଗି ଖଣ୍ଡଖଣ୍ଡ ହୋଇଯିବ ବୋଲି ଆକଳନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ମମତା ବାନାର୍ଜୀଙ୍କ ଟିଏମସି, ଶରଦ ପାୱାରକଙ୍କ ଏନସିପି ଓ ନିତିଶ କୁମାରଙ୍କ ଜେଡି(ୟୁ)ସମେତ ଅନେକ ମୁଖ୍ୟ ସହଯୋଗୀ ମେଣ୍ଟରୁ ଦୂରେଇ ଯିବେ ଯାହା ମେଣ୍ଟ ସମାଫ୍ତ ହେବାର ସଂକେତ ବୋଲି ସେ କହିଥିଲେ।

   Related Posts