suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନରେ ମିଳୁନି ରିଜର୍ଭେସନ? ଚିନ୍ତା କରନ୍ତୁନି, ରହିଛି ଏହି ବିକଳ୍ପ

6/06/2019 at 4:50 PM

ନୂଆ ଦିଲ୍ଲୀ ୬|୬: ଖରା ଛୁଟି ଆରମ୍ଭ ହେବା ପରେ ଟ୍ରେନରେ ରିଜର୍ଭେସନ ମିଳିବା ବହୁତ କଷ୍ଟକର ହୋଇଥାଏ। ସବୁଠୁ ଖରାପ ସ୍ଥିତି ଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନଗୁଡିକର ହୋଇଥାଏ।  ବିହାର ଯାଉଥିବା ଟ୍ରେନଗୁଡିକରେ ପ୍ରଥମରୁ ସବୁ ସିଟ୍‌ ମହିଳାମାନଙ୍କର ରିଜର୍ଭ ଥାଏ। ଫଳରେ ବିହାର ଯାଉଥିବା ଯାତ୍ରୀମାନେ ଅନେକ ସମସ୍ୟା ସାମ୍ନା କରନ୍ତି କାରଣ ରିଜର୍ଭେସନ ମିଳିବା ଅସମ୍ଭବ ହୋଇଥାଏ। ତେବେ ଏହି ସମସ୍ୟା ଦୂର କରିବା ପାଇଁ ଭାରତୀୟ ରେଲୱେ ଏକ ବିକଳ୍ପ ଉପଲବ୍ଧ କରାଇଛି।  ଦିଲ୍ଲୀରୁ ବିହାର ଯାଉଥିବା ରୁଟ୍‌ର ସବୁ ଟ୍ରେନରେ ଯାତ୍ରୀମାନଙ୍କ ଭିଡ ଓ ଅସୁବିଧା ଦେଖି ଭାରତୀୟ ରେଲୱେ ଏକ ସ୍ପେଶାଲ ଟ୍ରେନ୍‌ ଚଲାଇବାର ନିଷ୍ପତି ନେଇଛନ୍ତି। କେବଳ ବିହାର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି ।

ଭାରତୀୟ ରେଲୱେର ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ସ୍ପଶାଲ ଟ୍ରେନ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ଦରଭଙ୍ଗା ମଝିରେ ଚଲାଯିବ। ସେ କହିଛନ୍ତି ଯେ, ଏହି ଟ୍ରେନର ନାଁ 04026 ଆନନ୍ଦ ବିହାର-ଦରଭଙ୍ଗା-ଆନନ୍ଦ ବିହାର ଏକ୍ସପ୍ରେସ ଦିଆଯିବ। ଏହି ଟ୍ରେନ୍‌ ଜୁନ ମାସ ୭, ୧୧, ୧୪ ତାରିଖରେ ସକାଳ ୧୧:୩୦ ସମୟରେ ଆନନ୍ଦ ବିହାରରୁ ଛାଡିବ। ସେ କହିଛନ୍ତି ଯେ, ଟ୍ରେନ୍‌ ତା ପର ଦିନ ସକାଳେ ୯:୩୦ରେ ଦରଭଙ୍ଗା ରେଲୱେ ଷ୍ଟେଶନ ପହଞ୍ଚିବ। ସେହିଭଳି ଏହି ଟ୍ରେନ୍‌ ଦରଭଙ୍ଗା ରେଲୱେ ଷ୍ଟେଶନରୁ ଦୁଇପ୍ରହର ୧୨:୪୦ରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେଶନ ପାଇଁ ଛାଡିବ। ଏହା ସହ ଆନନ୍ଦ ବିହାର ମଝିରେ ଏହି ବିଶେଷ ଟ୍ରେନର ପରିଚାଳନା ଜୁନ ମାସ ୮, ୧୨ ଓ ୧୫ ତାରିଖରେ କରାଯିବ।  

ରିପୋର୍ଟ ଅନୁସାରେ ଏହି ଟ୍ରେନ୍‌ରେ ଥ୍ରୀ ଟାୟର ଏସି, ସ୍ଲିପର ଓ ଜେନେରାଲ କୋଚ ଲଗାଯିବ। ଏହି ଟ୍ରେନ୍‌ ଦିଲ୍ଲୀରୁ ମୁରାଦାବାଦ, ବରେଲି, ଲକ୍ଷ୍ନୌ, ଗୋଣ୍ଡା, ବସ୍‌ତୀ, ଗୋରଖପୁର, ଦେୱରିଆ, ସିୱାନ, ଛପରା, ହାଜିପୁର, ମୁଜାଫରନଗର ଓ ସମସ୍ତିପୁର ଦେଇ ଦରଭଙ୍ଗା ପହଞ୍ଚିବ। ଟ୍ରେନ ଯାତ୍ରା କରିବା ସମୟରେ ଏହି ସବୁ ଷ୍ଟେଶନରେ ମଧ୍ୟ ରହିବ। ଟ୍ରେନର ଅଧିକାରୀ କହିଛନ୍ତି ଯେ, ଗ୍ରୀଷ୍ମ ଛୁଟିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ୱେଟିଂ ଟିକେଟ୍‌ ଭଳି ସମସ୍ୟାର ସାମ୍ନା କରିବେ ନାହିଁ । ଏଭଳି ପରିସ୍ଥିତି ଆସିଲେ ତାର ସମାଧାନ କରାଯିବ। ରେଲୱେ ଅନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିବ ଯେ, ଯେମିତି ଯାତ୍ରୀମାନେ କୌଣସି ପ୍ରକାରର ଅସୁବିଧା ସାମ୍ନା କରିବେ ନାହିଁ ।

   Related Posts