Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଦ୍ରକରୁ ଛାଡ଼ିଲା ସ୍ପେଶାଲ ଟ୍ରେନ, ମାଗଣାରେ ଯାତ୍ରା କରିପାରିବେ ଆହତ ଯାତ୍ରୀ

4/06/2023 at 3:45 PM

ଭୁବନେଶ୍ବର, ୦୪/୦୬: ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ପୂରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ ୨୭୫ ଜଣକ ମୃତ୍ୟୁ ହୋଇଥିବାବେଳେ ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ​‌ହେଉଛନ୍ତି ଶତାଧିକ ଆହତ । ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ କରାଯାଇଛି।

ଆହୁରି ପଢ଼ନ୍ତୁ: ବାହାନଗା ରେଳ ଦୁର୍ଘଟଣାରେ ଯାଇଛି ୨୭୫ ଜୀବନ, କିଛି ମୃତଦେହକୁ ୨ଥର ଗଣା ହୋଇଥିଲା- ମୁଖ୍ୟ ଶାସନ ସଚିବ

ଏହାରି ମଧ୍ୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭଦ୍ରକରୁ ଚେନ୍ନାଇକୁ ଏକ ସ୍ଵତନ୍ତ୍ର ଟ୍ରେନ୍ ବାହାରିଛି । ଭଦ୍ରକ ଷ୍ଟେସନରୁ ବାହାରିଥିବା ଏହି ଟ୍ରେନ୍‌ରେ ଆହତ ଯାତ୍ରୀ, ଆହତଙ୍କ ସମ୍ପର୍କୀୟ ନିଃଶୁକ୍ଳ ଯାତ୍ରା ସୁବିଧା କରାଯାଇଛି । ଏହା ସହ ମୃତଦେହ ନେବା ପାଇଁ ଲାଗିଛି ସ୍ଵତନ୍ତ୍ର ବ୍ୟବସ୍ଥା ଥିବା କୋଚ୍‌।

ଆହୁରି ପଢ଼ନ୍ତୁ: କେମିତି ହେଲା ରେଳ ଦୁର୍ଘଟଣା; ସାମ୍ନାକୁ ଆସିଲା ପ୍ରକୃତ କାରଣ, କାମ କରିନଥିଲା ଇଣ୍ଟର ଲକିଂ ସିଷ୍ଟମ୍

ସୂଚନାଥାଉକି, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ବର ବାହାନଗାଠାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌ ଏବଂ ଯଶଓ୍ବନ୍ତପୁର ଏକ୍ସପ୍ରେସ୍‌। ଫଳରେ ଉଭୟ ଟ୍ରେନର ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ଏହି ଟ୍ରେନ୍‌ରେ ମୁଖ୍ୟତଃ କଲିକତା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଯାତ୍ରୀ ରହିଥିଲେ।

ତେବେ ରବିବାର ରେଳବାଇ ତରଫରୁ ଦିଆଯାଇଥିବା ପ୍ରାଥମିକ ତଥ୍ୟ ଅନୁଯାୟୀ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ୍‌ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ପାଖ ଟ୍ରେନ୍‌ ଟ୍ରାକ୍‌କୁ ଛିଟିକି ପଡ଼ିଥିଲା। ଆଉ ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶଓ୍ବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗି ସହ ମାଡ଼ ହୋଇଥିଲା। ଫଳରେ ଉଭୟ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏବେ ବି ଖୋଲାରହିଛି ହେଲ୍‌ପ ଡେସ୍କ, ମୃତାହତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ କାମ କରୁଛି ସଂଗଠନ

   Related Posts