ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍, ମୁତୟନ ହେବେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ: ଡିଜି

Published By : Prameya-News7 Bureau | June 17, 2023 IST

ପୁରୀ: ଆଉ ୨ ଦିନ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ରଥ ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଅନ୍ୟପଟେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି କ୍ରମରେ ଡିଜିପି ଆଇନ ଶୃଙ୍ଖଳା ସମୀକ୍ଷା କରିଛନ୍ତି। ସମସ୍ତ ଅଧିକାରୀ ମାନସିକ ଭାବରେ ସୁଦୃଢ ଅଛନ୍ତି। ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଜି ସୁନୀଲ ବଂଶଲ କହିଛନ୍ତି।

{"id":804899,"sizeSlug":"full","linkDestination":"none"}

ସେ କହିଛନ୍ତି, ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନର ଗୁରୁଦାୟିତ୍ୱ। ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୬୦ରୁ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ ଡିଜିପି ସୁନୀଲ୍ ବଂଶଲ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍। ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଏଭଳି ତିନି ଭାଗରେ ଟ୍ରାଫିକ ପରିଚାଳନା କରାଯିବ। ସହରକୁ ୧୪ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ସୂଚନା ଦେଇଛନ୍ତି।

{"id":804900,"sizeSlug":"full","linkDestination":"none"}

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର, ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ସଂସ୍ଥାପନା କାର୍ଯ୍ୟ ଜାରି ରହିଛି।‌ ରଥଯାତ୍ରା ପୂର୍ବଦିନ ଜନଗହଳି ହେଲେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷାକରି ଏହାକୁ ନିୟନ୍ତ୍ରଣ କରାଯିବ। ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ଠାରୁ ଆରମ୍ଭ କରି ରଥଟଣା ଓ ରଥ ଲାଗିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟବସ୍ଥାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ତତ୍ପର ରହିଛି।

wp:heading {"level":4}

ଏ ଖବର ପଢନ୍ତୁ- ରଥାରୁଢ଼ ଜନ୍ନାଥଙ୍କୁ ଦେଖିବାକୁ ସୁଦୂର ଋଷିଆରୁ ପୁରୀକୁ ଛୁଟି ଆସିଛନ୍ତି ବିଦେଶିନୀ ଭକ୍ତ ଶୁଭଦ୍ରା

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.