ଯାଜପୁର ବ୍ୟାସନଗର ମଣିଶ୍ରୀ ପଥୋଲ୍ୟାଵରେ ଚଢ଼ାଉ; ଅଲଟ୍ରାସାଉଣ୍ଡ ମେସିନ ଜବତ
24/10/2018 at 7:01 PM

ଯାଜପୁର ୨୪/୧୦ : ଯାଜପୁର ଜିଲ୍ଲାସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାସନଗର ସ୍ଥିତ ଏକ ପାଥୋଲାବ ଉପରେ ଚଢାଉ କରାଯାଇଛି। ଗର୍ଭନିରୂପଣ ପଦ୍ଦତିର ଅପବ୍ୟବହାରକୁ ରୋକିବାକୁଯାଇ ୧୯୯୪ ମସିହାରୁ PNDT ଆକ୍ଟପ୍ରଣୟନ ହୋଇଛି। ଏଆଇନ ବଳରେ କୈଣସି ଭ୍ରଣର ଲିଙ୍ଗ ନିରୂପଣ କରାଯିବା ଏକଦଣ୍ଡନୀୟ ଅପରାଧ କିନ୍ତୁ ଜିଲ୍ଲାର ବହୁସେଣ୍ଟର ଏ ଆଇନକୁ ମାନୁନାହାନ୍ତି। ପ୍ରକାଶଥାଉକି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତମାସ ୨୦ତାରିଖଦିନ ୬ମାସର ଗର୍ଭବତୀ ଥିବା ମହିଳାଙ୍କ ଗର୍ଭପାତ କରାଇବାକୁ ଯାଇ ଉଭୟଭୃଣ ଓ ମାର ମୃତ୍ୟୁ ହୋଇଥିଲା। ଯେଉଁ କାରଣ ପାଇଁ ଆଜି ଜିଲ୍ଲା ପ୍ରଶାସନ ରନିଦ୍ରାଭଙ୍ଗ ହୋଇଛି । ଆଜି ବ୍ୟାସନଗର ସ୍ଥିତ ମଣିଶ୍ରୀ ପାଥୋଲାବ ଉପରେ ସକାଳୁ ଚଢାଉ କରିଛି ଜିଲ୍ଲାସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସ୍ୱତନ୍ତ୍ରଟିମ, ଯାହାର ନେତୃତ୍ୱ ନେଉଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ। ଏହି ସ୍ୱତନ୍ତ୍ର ସ୍କାର୍ଡ ସକାଳୁ ଚଢାଉ କରି ଉକ୍ତ ସଂସ୍ଥାର ବିଭିନ୍ନ କାଗଜପତ୍ର ଯାଂଚ କରିଥିଲେ, ଯେଉଁଥିରେ ବିଭିନ୍ନ ଅନିୟମିତତା ଦେଖିବାକୁ ମିଳିଛି। ରୋଗୀମାନଙ୍କୁ ଉପଯୁକ୍ତ ମନିରିସିପ୍ଟ ଦିଆଯାଉନାହିଁ କି ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ତଥ୍ୟ ଦିଆଯାଉନାହିଁ। ଦିନ ଦ୍ୱିପ୍ରହରରେ ଚାଲୁଥିଲା ସମସ୍ତ କାର୍ଯ୍ୟ କାହାକୁ ନ ଥିଲା ଡର।ଯାହା ପାଇଁ ଶେଷରେ ପାଥୋଲାବର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ଜବତ କଲା ଏହି ସ୍ୱତନ୍ତ୍ର ଟିମ।
ମଣିଶ୍ରୀ ଡାଇଗୋନଷ୍ଟିକ ସେଣ୍ଟରର ମାଲିକମାନିବାକୁ ପ୍ରସ୍ତୁତ ନୁହନ୍ତି ଯେସେପି.ଏନ.ଡ.ଟି ଆଇନ ଉଲଙ୍ଘନ କରୁଥିଲେ। ସେ କୁହନ୍ତି ନାମ ଏଣ୍ଟ୍ରିକୁନେଇ ଏହିଭଳି ସମସ୍ୟା ହୋଇଚି। ମେସିନର ମେମୋରିଫେଲ ହୋଇଥିବା ଯୋଗୁ ଏହି ପରିସ୍ଥିତ ହୋଇଛି କିନ୍ତୁ ଜିଲ୍ଲାରେ ବହୁ ସେଣ୍ଟର ଫର୍ମଏଫ ଦେଉନଥିବା ବେଳେ ସେମାନଙ୍କ ଉପରେ ଚଢାଉ କାହିଁକି ହେଉନାହିଁ ବୋଲି ମଧ୍ୟ ଓଲଟା ପ୍ରଶ୍ନ ପଚାରିଛନ୍ତି। । ଏ ଚଢାଉକୁ ନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି ବହୁ ଆଗରୁ ଏ ଚଢାଉ ହେବା କଥା କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏକ୍ଷେତ୍ରରେ ସଜାଗହୋଇ ପଦକ୍ଷେପ ନେଲା ଯାହା ଜିଲ୍ଲା ପାଇଁ ଶୁଭଙ୍କର ହେବ , ଯାହାଫଳରେ ସ୍ୱ୍ୟାସ୍ଥ୍ୟ ବ୍ୟବସ୍ଥାରେ ଅନିୟମିତତା କମିବ।
ଡେରିରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନର ତତ୍ପରତା କେତେ ଦୁର ଏହି ଘରୋଇ ପାଥୋଲାବ ଓ ସେଣ୍ଟର ଉପରେ ଅଙ୍କୁଶ ଲଗାଉଛି, କେବେବନ୍ଦ ହେଉଛି ଗର୍ଭାବସ୍ଥାରେ ଲିଙ୍ଗ ନିରୁପଣ ଓ ଭୃଣହତ୍ୟା।