ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ନିୟୋଜିତ ହେବେ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ

Published By : Prameya-News7 Bureau | September 19, 2023 IST

ଭୁବନେଶ୍ୱର ୧୯।୦୯ : ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ସାମିଲ ହେବେ ଅନ୍ତର୍ଘାତି ନିରୋଧି ଦଳ । ସ୍ୱତନ୍ତ୍ର ତାଲିମ ନେଇ ସଶସ୍ତ୍ର ବାହିନୀ ନିଯୁକ୍ତି ହେବେ। ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବା ସମସ୍ତ କାର୍ଯ୍ୟକ୍ରମରେ ଏହି ସୁରକ୍ଷା ବାହିନୀ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଫୁଲ ମାଳଠୁ ନେଇ ସଭା ସମିତିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଏହି ଟିମ ଯାଞ୍ଚ କରିବେ।

wp:embed {"url":"https://www.prameyanews7.com/cm-naveen-patnaik-solved-the-problem-of-drinking-water-in-4-blocks/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-naveen-patnaik-solved-the-problem-of-drinking-water-in-4-blocks/
/wp:embed

ତେବେ ଏହି ୨୬ ଜଣିଆ ଏହି ଟିମରେ ରହିବେ ୨ ଜଣ ଡେପୁଟି କମାଣ୍ଡଡାଣ୍ଟ, ସହକାରୀ କମାଣ୍ଡଡାଣ୍ଟ, ଇନ୍ସପେକ୍ଟର, ୪ ଜଣ ସବ ଇନ୍ସପେକ୍ଟର, ହାବିଲଦାର, ଡ୍ରାଇଭର ସହ ୨୬ ଜଣ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼େଇ ଦିଆଯାଇଛି। ଏଥିପାଇଁ ନିଯୁକ୍ତ ହେବେ ୯୧ ପୋଲିସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି , ଉପ ବାଚସ୍ପତି, ଓ ମନ୍ତ୍ରୀ ମାନଙ୍କର ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଏଥିପାଇଁ ୭୨ ଅଧିକ ପୋଲିସ ନିୟୋଜିତ ହେବେ। ଏହି ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେବା ପାଇଁ ସିକ୍ୟୁରିଟି ଟ୍ରେନିଂ ସେଣ୍ଟର ଖୋଲାଯିବ। ଯେଉଁଥିରେ ୧୪ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ମୋଟ ୨୦୩ଟି ପଦବୀ ସୃଷ୍ଟି କରାଯାଇଛି। ମନ୍ତ୍ରୀ ନବ ଦାସ ହତ୍ୟା ପରେ ଭିଭିଆଇପି ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ପିଏସଓଙ୍କର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଓ ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଯିବା ନେଇ ଚର୍ଚ୍ଚା ହେଉଛି।

wp:embed {"url":"https://www.prameyanews7.com/pada-pusti-program-launched-by-cm-naveen-patnaik/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pada-pusti-program-launched-by-cm-naveen-patnaik/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.