୬୬ ବ୍ଲକରେ ମରୁଡ଼ି ଘୋଷଣା , ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଦେଇଛନ୍ତି ନିର୍ଦ୍ଦେଶ
1/11/2018 at 4:37 PM

ଭୁବନେଶ୍ଵର;୧/୧୧- ରାଜ୍ୟର ୯ଟି ଜିଲ୍ଲାର ୬୬ଟି ମରୁଡ଼ି ପ୍ରଭାବିତ । ଏହିସବୁ ବ୍ଲକ୍ରୁ ମରୁଡ଼ି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମରୁଡ଼ି ଯୋଗୁଁ ୫ ହଜାର ୬୩୩ଟି ଗାଁ ପ୍ରଭାବିତ ହୋଇଛି । ଏହିସବୁ ଗାଁର ୨ ଲକ୍ଷ ୩୩ ହଜାର ୧୭୩ ଦଶମିକ ୮ ହେକ୍ଟର ଚାଷ ଜମି ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି । ଏହିସବୁ ବ୍ଲକରେ ୩୩ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଫସଲ ନଷ୍ଟ ହୋଇଛି । ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ଏହିସବୁ ବ୍ଲକ୍ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି । ଏ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।ଏହିସବୁ ବ୍ଲକ୍ରେ ଜିଲ୍ଲାପାଳମାନଙ୍କୁ ଏବଂ କୃଷି ବିଭାଗ ଅଧିକାରୀଙ୍କୁ ମରୁଡ଼ି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି ।ଏହାସହିତ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।