ସୋଆ ଡିମ୍ଡ୍ ଟୁ ବି ୟୁନିଭର୍ସିଟିରେ ରାଷ୍ଟ୍ରୀୟ ଏକତା ଶିବିର : ସ୍ବତନ୍ତ୍ର ପୋଷ୍ଟାଲ ଏନଭଲପ ଉନ୍ମୋଚିତ

Published By : Prameya-News7 Bureau | November 03, 2018 IST

ଭୁବନେଶ୍ବର ୩|୧୧: ସୋଆ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟିରେ ଚାଲିଛି ରାଷ୍ଟ୍ରୀୟ ଏକତା ଶିବିର । ସୋଆ ଓ ଏନଏସଏସର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ଭାଗନେଇଛନ୍ତି ଦେଶର ୯ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ଆଜି  ସୋଆ ଏବଂ ଇଣ୍ଡିଆପୋଷ୍ଟର ମିଳିତ ଉଦ୍ୟମରେ  ଏକ ସ୍ବତନ୍ତ୍ର ପୋଷ୍ଟାଲ ଏନଭଲପ ଉନ୍ମୋଚିତ ହୋଇଛି । ଓ୍ବାନ ଇଣ୍ଡିଆ, ଓ୍ବାନ୍‌ ନେସନ । ରାଷ୍ଟ୍ରୀୟ ଏକତା ଶିବିରରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ଏହା ହେଉଛି ମୂଳ ମନ୍ତ୍ର ।  ସୋଆ ଓ ଏନଏସଏସର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ଭାଗନେଇଛନ୍ତି ଦେଶର ୯ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ଆଜି  ସୋଆ ଏବଂ ଇଣ୍ଡିଆପୋଷ୍ଟର ମିଳିତ ଉଦ୍ୟମରେ  ଏକ ସ୍ବତନ୍ତ୍ର ପୋଷ୍ଟାଲ ଏନଭଲପ ଉନ୍ମୋଚିତ ହୋଇଛି । ଖଣ୍ଡଗିରି ସବପୋଷ୍ଟ ଅଫିସରେ ଆୟୋଜିତ ହୋଇଥିଲା ଏଇ କାର୍ଯ୍ୟକ୍ରମ । ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ଭିସି ପ୍ରଫେସର ଅମିତ କୁମାର ବାନାର୍ଜୀ ରାଷ୍ଟ୍ରୀୟ ଏକତା ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ପୋଷ୍ଟର ସିନିୟର ସୁପରିନ୍‌ଟେଣ୍ଡେଟ୍‌ ସତ୍ୟବାଦୀ ବିଶ୍ବାଳ, ଏନଏସଏସ ଓଡ଼ିଶା ଶାଖାର ରିଜିଓନାଲ ଡାଇରେକ୍ଟର ପ୍ରମୁଖ ଯୋଗ ଦେଇ ସୋଆର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଏକତା ଶିବିର ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.