ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ହେବ ପୁରୀର ନବକଳେବର, ୨୦ ରୁ ଅଧିକ ମଠ ଓ ମନ୍ଦିର ସହ ୧୫୦ ରୁ ଅଧିକ ଘର ଭାଙ୍ଗିବ

Published By : Prameya-News7 Bureau | August 17, 2019 IST

ପୁରୀ୧୭|୮; ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ପୁରୀକୁ ସ୍ବତନ୍ତ୍ର ପରିଚୟ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ଐତିହ ସହର ସହ ଶ୍ରୀମନ୍ଦିର ସୁରକ୍ଷା ଓ ଏହାର ଚାରିପାଖକୁ ମୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

{"id":145485}

ଶ୍ରୀମନ୍ଦିର ଚତୁପାର୍ଶ୍ବର ୭୫ ମିଟର ମଧ୍ୟରେ ଥିବା ନିର୍ମାଣ ଭାଙ୍ଗିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାକାର୍ଯ୍ୟକାରୀ ହେଲେ ୨୦ ରୁ ଅଧିକ ମଠ ଓ ମନ୍ଦିର ସହ ୧୫୦ ରୁ ଅଧିକ ଘର ଭାଙ୍ଗିବ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା  ଆଶଙ୍କାରେ ଅଛନ୍ତି । ..

{"id":145486}

ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ଥିବା କୋଠା, ବାଡି ଦୋକାନ ଭାଙ୍ଗିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ତତ୍ପର ହୋଇପଡିଛି ପୁରୀ ଜିଲ୍ଲା ପ୍ରଶାସନ । ୧୯ରୁ ମେଘନାଦ ପାଚେରୀ ସଂଲଗ୍ନ ଅଞ୍ଚଳରୁ ଆରମ୍ଭ ହେବ ଉଛେଦ କାର୍ଯ୍ୟ ।

{"id":145487}

୭୫ ମିଟର ପରିଧି ମଧ୍ୟରେ ରହିଛି ଏମାର ମଠ, ଲଂଗୁଳି ମଠ, ବଡ଼ଆଖଡ଼ା ମଠ, ସାନଛତା ମଠ, ରେବେସା ମଠ, ତୋରାଣୀ ଛତ୍ର ମଠ, ଉତ୍ତରପାର୍ଶ୍ବ ମଠ, ଦକ୍ଷିଣପାର୍ଶ୍ବ ମଠ, ରାଘବଦାସ ମଠ, କୌଶଲ୍ୟା ଦାସ ମଠ, ବାସେଳୀ ମନ୍ଦିର,  ଭଳି ୨୦ ରୁ ଅଧିକ ମଠବାଡି ଓ ମନ୍ଦିର ।

{"id":145488}

ଏହାସହ ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ଜୋତାଷ୍ଟାଣ୍ଡ, ଦୋଳବେଦୀ ଡ଼ାକ୍ତରଖାନା, ସିଂହଦ୍ବାର ଥାନା, ପମ୍ପ ହାଉସ ଆଦି ଉଚ୍ଛେଦ ପାଇଁ ନିସ୍ପତ୍ତି ନିଆଯାଇଛି ।  ସରକାରଙ୍କ ନୀତି ଅନୁଯାୟୀ  କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବା ସହ କ୍ଷତିପୂରଣ ମିଳିବ ।

{"id":145489}

୨୦୧୫ରେ ମନ୍ଦିର ଚତୁପାର୍ଶ୍ବର ୩୦ ଫୁଟ ଅଂଚଳକୁ ଉଛେଦ କରାଯାଇଥିଲା । ଏଥିରେ ୮ ଟି କୋଠା ଭଙ୍ଗାଯାଇ ୨୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିଲା ।

{"id":145490}

ଏବେ ଜଷ୍ଟିସ୍ ବି.ପି ଦାସ କମିଶନଙ୍କ ଦ୍ବୀତିୟ ଅନ୍ତରୀଣ ରିପୋର୍ଟ ଆଧାରରେ ୭୫ ମିଟର ଅଞ୍ଚଳ ଉଛେଦ ହେବାକୁ ନିଷ୍ପତ୍ତି ନିଆଯାଇଥିବାରୁ ହଜାର ହଜାର ପରିବାର କ୍ଷତିଗସ୍ତ ହେବା ଆଶଙ୍କା ରହିଛି ।

wp:heading {"level":6}
ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ସହ ଶ୍ରୀମନ୍ଦିରକୁ ଅଧିକ ଆକର୍ଷଣୀୟ କରିବାକୁ  ରାଜ୍ୟ ସରାକର ଏଭଳି ନିଷ୍ପତ୍ତି ନେଇଛନ୍ତି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.