ମକର ରାଶିରେ ଶନିଙ୍କ ବକ୍ରୀ: ଶନିଦେବଙ୍କୁ ପ୍ରସନ୍ନ କରିବାକୁ ରହିଛି ବିଶେଷ ଯୋଗ

Published By : Prameya-News7 Bureau | August 20, 2021 IST

ଭୁବନେଶ୍ୱର ୨୦/୦୮ : ଶନି ଗ୍ରହଙ୍କ ଅସୁଭାତ ଦୂର କରିବାକୁ ଅଗଷ୍ଟ ୨୧ ତାରିଖ ଉତ୍ତମ। ଏହି ଶନିବାର ଶ୍ରାବଣ ମାସର ଶେଷ ଶନିବାର। ଶନିବାର ଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଓ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ବିଶେଷ ସଂଯୋଗ ରହିଛି।

ମକର ରାଶିରେ ଶନିଦେବ ବକ୍ରୀ ହୋଇ ଗୋଚର କରୁଛନ୍ତି। ମକର ରାଶିରେ ଶନିଦେବ ୨୦୨୧ ଅକ୍ଟୋବର ୧୧ ଯାଏଁ ବକ୍ରୀ ରହିବେ। ଶନିଦେବ ବକ୍ରୀ ହେଲେ ପୀଡିତ ହୋଇଯାଆନ୍ତି ଯେଉଁଥିପାଇଁ ଶୁଭ ଫଳ ପ୍ରଦାନ କରିନଥାନ୍ତି। ଯେଉଁମାନଙ୍କ କୁଣ୍ଡଳୀରେ ଶନି ଶୁଭ ସ୍ଥିତି ବିରାଜମାନ ସେମାନଙ୍କୁ ଵଧ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।

ଶନି ଗ୍ରହ ୨୦୨୧ ରେ ରାଶି ପରିବର୍ତ୍ତନ କରୁନାହାନ୍ତି। ଶନି ପରିବର୍ତ୍ତନ ସମୟରେ ମକର ରାଶିରେ ବିରାଜମାନ ଅଛନ୍ତି | ପାଞ୍ଜି ଅନୁସାରେ ଶନିଙ୍କ ରାଶି ପରିବର୍ତ୍ତନ ଆସନ୍ତା ବର୍ଷ ହେବା। ଶନି ୨୦୨୨ ଏପ୍ରିଲ ୨୯ ରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ।

୨୦୨୧ ରେ ଶନିଙ୍କର କେବଳ ନକ୍ଷତ୍ର ପରିବର୍ତ୍ତନ ଅଛି। ବର୍ତ୍ତମାନ ଶନିଦେବ ଶ୍ରବଣ ନକ୍ଷତ୍ରରେ ଗୋଚର କରୁଛନ୍ତି | ବିଶେଷ କଥା ହେଲା ଅଗଷ୍ଟ ୨୧ ତାରିଖରେ ଶ୍ରବଣ ନକ୍ଷତ୍ର। ସେଥିପାଇଁ ଏହିସିନା ଶନିଦେବଙ୍କ ପୂଜାର ମହତ୍ତ୍ୱ ବଢ଼ିଯାଇଥାଏ।

ଅଗଷ୍ଟ ୨୧ ରେ ଶନିଦେବଙ୍କ ପୂଜାର ବିଶେଷ ଯୋଗ ରହିଛି। ଏହିଦିନ ଶ୍ରାବଣ ମାସ ଅନ୍ତିମ ଶନିବାର। ଏହାସହ ପାଞ୍ଜି ଅନୁସାରେ ଶନିବାର ଦିନ ଶ୍ରାବଣ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି ଏବଂ ସୌଭାଗ୍ୟ ଯୋଗ ରହିଛି। ଚନ୍ଦ୍ରମା ଏହିଦିନ ମକର ରାଶିରେ ବିରାଜମାନ ଅଛନ୍ତି। ଏହିଦିନ ଶନି ଚାଳିଶା ଓ ଶନି ମନ୍ତ୍ର ଜପ କରିବା ଉଚିତ ଏବଂ ଶନିଦେବଙ୍କ ସହ ଜଡିତ ଜିନିଷ ଦାନ କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.