ଛତିଶଗଡ ଦନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣ ବେଳର ଭୟଙ୍କର ଦୃଶ୍ୟକୁ ଅଙ୍ଗେ ନିଭାଇଛନ୍ତି ଡିଡି ନ୍ୟୁଜ୍ ରିପୋର୍ଟର ଓ ଭିଡିଓ ଜର୍ଣ୍ଣାଲିଷ୍ଟ, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର

Published By : Prameya-News7 Bureau | November 01, 2018 IST

ନୂଆଦିଲ୍ଲୀ ୧|୧୧: ଲାଲଗଡ଼ରେ ଆତଙ୍କ ଖେଳାଇଛି ଲାଲବାହିନୀ । ସୁରକ୍ଷାକର୍ମୀଙ୍କ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ଗତ ମଙ୍ଗଳବାର ଛତିଶଗଡ଼ର ଦନ୍ତେୱାଡ଼ାରେ ଆମ୍ବୁସ୍  କରିଥିଲେ  ମାଓବାଦୀ । ଯେଉଁଥିରେ ୨ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ , କ୍ରସ୍ ଫାୟାରରେ ଟଳି ପଡ଼ିଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି । ତେବେ କେତେ ଭୟଙ୍କର ଥିଲା ଦୃଶ୍ୟ, ଯାହାକୁ ଅଙ୍ଗେ ନିଭେଇଛନ୍ତି ଦୁଇ  ଜଣ ଡିଡି ନ୍ୟୁଜ ରିପୋର୍ଟର ଓ ଭିଡିଓ ଜର୍ଣ୍ଣାଲିଷ୍ଟ ମୋର ମୟୂର ଶର୍ମା । ମୃତ୍ୟୁ ମୁଖରୁ ବଞ୍ଚିଆସିଥିବା ଏହି ଦୁଇ ଜଣ ନ୍ୟୁଜ୍ ୭ ଆଗରେ ବଖାଣିଛନ୍ତି ସେହି ଛାତି ଥରା ଦୃଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.