ଏହି ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ

Published By : Prameya-News7 Bureau | February 27, 2021 IST

ଭୁବନେଶ୍ବର ୨୭।୨: କରୋନା ପ୍ରଭାବିତ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୫ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ୫ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ।  ଏସବୁ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା ଜାରି କରାଯାଇଛି । ଫେରନ୍ତାଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଥିଲା  । ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ।

ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ବିଶେଷ କରି ମହାରାଷ୍ଟ୍ର, କେରଳ, ତେଲେଙ୍କାନା, ଛତିଶଗଡ଼, ପଶ୍ଚିବବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟ ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ କରୋନା ବ୍ୟାପିବାରେ ଲାଗୁଛି । ତେଣୁ ଏସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ  । କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ସେହିପରି ୭୨ ଘଣ୍ଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ । ଏଥିସହ କୋଭିଡ୍ ଟିକା ନେଇ ପ୍ରମାଣ ପତ୍ର ପାଇଥିଲେ ସଂଗରୋଧରେ ରହିବା ଅନାବଶ୍ୟକ ।

{"id":415388,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.