ଅର୍ଚ୍ଚନାଙ୍କ ପାଇଁ ହେବ ସ୍ୱତନ୍ତ୍ର ଗୃହ, ଛାତ୍ରଛାତ୍ରୀ ରାଜି ହେଲେ ଏକାଠି ଦେବେ ପରୀକ୍ଷା

Published By : Prameya-News7 Bureau | January 20, 2023 IST

ଭୁବନେଶ୍ୱର ୨୦/୦୧: ଅର୍ଚ୍ଚନାଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା ଗୃହ । ଛାତ୍ରଛାତ୍ରୀ ମାନେ ରାଜି ନ ହେଲେ ସ୍ୱତନ୍ତ୍ର କୋଠରୀରେ ପରୀକ୍ଷା ଦେବେ ଅର୍ଚ୍ଚନା । କଲେଜରେ ପରୀକ୍ଷା ଦେବାପାଇଁ ନିର୍ଦେଶ ଆସିବା ପରେ ସମସ୍ତ ବ୍ୟବସ୍ଥା କରାଯିବ । ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦେଶ ଅନୁସାରେ ନିଆଯିବ ପଦକ୍ଷେପ ବୋଲି କହିଛନ୍ତି ପ୍ରିନସପାଲ ନନ୍ଦିନୀ ମିଶ୍ର ।

ସୂଚନା ଥାଉକି ଲେଡି ବ୍ଲାକମେଲର ଅର୍ଚନା ନାଗ ଦେବେ ଆଇନ ପରୀକ୍ଷା । ଏନେଇ ଜେଲ ଭିତରେ ଫର୍ମ ଫିଲ ଅପ୍‌ କରିଛନ୍ତି ଅର୍ଚ୍ଚନା । ଓକିଲଙ୍କ ଜରିଆରେ ଫର୍ମକୁ କ୍ୟାପିଟାଲ ଲ କଲେଜରେ ଦାଖଲ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ।

ପରୀକ୍ଷା ପୂର୍ବରୁ ଫର୍ମ ଫିଲ ଅପ୍‌ ପାଇଁ କୋର୍ଟରୁ ମିଳିସାରିଛି ଅନୁମତି । ଅର୍ଚ୍ଚନା ଇଣ୍ଟିଗ୍ରେଟେଡ଼ ଲ ପାଠ ପଢ଼ୁଥିବା ବେଳେ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ । ଜେଲ୍ ମାନୁଆଲ ଅନୁସାରେ ପରୀକ୍ଷା ଦେବେ ଅର୍ଚ୍ଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.