ମହିଳା ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ; ଗଛରେ ରକ୍ଷାସୂତ୍ର ବାନ୍ଧି ପାଳନ କଲେ ରକ୍ଷାବନ୍ଧନ

Published By : Prameya-News7 Bureau | August 11, 2022 IST

ଯାଜପୁର ୧୧/୦୮: ନିଆରା ଢଙ୍ଗରେ ପାଳନ ହେଲା ରକ୍ଷା ବନ୍ଧନ ଉତ୍ସବ। ସ୍ୱେଚ୍ଛାସେବୀ ମହିଳାମାନେ ଗଛକୁ ପୂଜା କରିବା ସହିତ ସେଥିରେ ରାକ୍ଷି ବାନ୍ଧି ରାକ୍ଷିପୁର୍ଣ୍ଣିମା ପାଳି ସ୍ୱତନ୍ତ୍ର ଉଦାହଣ ସୃଷ୍ଟି କରିଛନ୍ତି। ଯାଜପୁର ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଉଦୀୟମାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବେଚ୍ଛାସେବୀ ମହିଳାମାନେ ପ୍ରଥମେ ଅଗୁର ଚୂଆ ଚନ୍ଦନରେ ଗଛକୁ ଗାଧେଇ ଦେବା ପରେ ଧୂପ ଦୀପ ନୈବେଦ୍ୟ ମାଧ୍ୟମରେ ବନ୍ଦାପନା କରିଥିଲେ।

ପରେ ସମସ୍ତେ ବାରୁଣାବନ୍ତ ଜଙ୍ଗଲ ପାଦଦେଶରେ ଥିବା ବରଗଛ ଓ ଅନ୍ୟାନ୍ୟ ଗଛରେ ରାକ୍ଷୀ ବାନ୍ଧି ମନସ୍କାମନା ପୂରଣ କରିଥିଲେ। ଗଛ ଆମକୁ ଅମ୍ଳଜାନ ଦେଇଥାଏ,ତେଣୁ ଏହା ମାନବ ସମାଜର ରକ୍ଷା କବଚ ଏହି କାରଣରୁ ମହିଳାମାନେ ଏପରି ଅଭିନବ ଢଙ୍ଗରେ ରକ୍ଷାବନ୍ଧନ ପାଳନ କରିଛନ୍ତି। ପରେ ମହିଳା ସ୍ୱେଚ୍ଛାସେବୀମାନେ ସମସ୍ତ ସ୍ବେଚ୍ଛାସେବୀ (ପୁରୁଷ)ଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ।ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନର ସମ୍ପାଦିକା ଅରୁଣୀ ନନ୍ଦ, ଉପସଭାପତି କନକଲତା ବେହେରା, ସହ ସମ୍ପଦିକା ସରୋଜିନୀ ପଣ୍ଡାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.