ଢେଙ୍କାନାଳ ଯୋଡା ଶରୀର ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ

Published By : Prameya-News7 Bureau | July 02, 2019 IST

କଟକ ୨|୭:  ଢେଙ୍କାନାଳ ଯୋଡା ଶରୀର ଶିଶୁ କନ୍ୟାଙ୍କୁ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି ।  ଏହି ଡାକ୍ତରୀ ଦଳରେ ଅଛନ୍ତି ପେଡିଆଟ୍ରିକ୍ ସର୍ଜନ୍, ପେଡିଆଟ୍ରିକ୍ ମେଡିସିନ୍, ନ୍ୟୁ ବର୍ଣ୍ଣ ୟୁନିଟ୍, ଆଇସିୟୁ ୟୁନିଟ୍ ର ଡାକ୍ତର । ଏ ନେଇ  ଶିଶୁ ଭବନ ଅଧୀକ୍ଷକ ସରୋଜ ଶତପଥୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି । ପରୀକ୍ଷା ନୀରିକ୍ଷା ପରେ ସେମାନଙ୍କ ଚିକିତ୍ସା ଆରମ୍ଭ ହେବ । ଶିଶୁଭବନରେ ଯେଉଁ ପରୀକ୍ଷା ହୋଇପାରିବ ନାହିଁ ସେହି  ପରୀକ୍ଷା ପାଇଁ ଶିଶୁଙ୍କୁ ଏସସିବିକୁ ନିଆଯିବ ବୋଲି ମଧ୍ୟ ଶିଶୁ ଭବନ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ତେବେ ଦୁଇ ଶିଶୁଙ୍କ ରକ୍ତ ଚାପ ସମାନ ରହିଥିବା ଜଣା ପଡିଥିବା ବେଳେ ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ଡାକ୍ତର ମାନେ ସନ୍ଦେହ କରୁଛନ୍ତି । ଆଜି ଉଭୟ ଶିଶୁଙ୍କ ସମ୍ପୂର୍ଣ୍ଣ ମେଡିକାଲ୍ ଯାଞ୍ଚ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଶିଶୁ ଭବନ କର୍ତ୍ତୃପକ୍ଷ କହିଛନ୍ତି । ଏପରି ଘଟଣା ଖୁବ୍ ବିରଳ ।  ଲକ୍ଷେରେ ଗୋଟିଏ କେଶ୍ ଏପରି ଆସେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.