ନୋଟିସ୍ର ଦୁଇ ଦିନ ପରେ ପୁଣି ନୋଟିସ୍; ରାହୁଲ ଗାନ୍ଧିଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ
19/03/2023 at 12:49 PM

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବାସଭବନରେ ପୋଲିସ । ପ୍ରଥମ ନୋଟିସର ୨ଦିନ ପରେ ପୁଣି ଥରେ ନୋଟିସ୍ ଦେବାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ରାହୁଲଙ୍କ ଘରେ ପହଁଚିଛି । ଭାରତ ଯୋଡୋ ଯାତ୍ରା ବେଳେ ଯୌନ ଶୋଷଣର ଶିକାର ହୋଇଥିବା ପୀଡିତଙ୍କୁ ନେଇ ଭାଷଣ ଦେଇଥିଲେ ରାହୁଲ ଗାନ୍ଧି । ଯେଉଁ ବାବଦରେ ପଚରାଉଚରା କରିବା ପାଇଁ ସ୍ପେଶାଲ ସିପି ସାଗର ପ୍ରୀତ ହୁଡ଼ା ରାହୁଲ ଘରେ ପହଞ୍ଚିଛନ୍ତି ।
୧୬ ମାର୍ଚ୍ଚରେ ଏହାକୁ ନେଇ ଦିଲ୍ଲୀ ପୋଲିସ ପ୍ରଥମେ ରାହୁଲ ଗାନ୍ଧିକୁ ନୋଟିସ୍ ଦେଇଥିଲା । ରବିବାର ଏବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ପୋଲିସ ପୁଣି ଏକ ନୋଟିସ୍ ସହିତ ରାହୁଲ ଗାନ୍ଧିଙ୍କ ଘରେ ପହଁଚିଛି । ସ୍ପେଶାଲ ସିପି ଯୌନ ଶୋଷଣର ଶିକାର ହୋଇଥିବା ମହିଳାଙ୍କ ବାବଦରେ ଅଧିକ ଆଲୋଚନା କରିବେ ।
Delhi | Special CP (L&O) Sagar Preet Hooda arrives at the residence of Congress MP Rahul Gandhi in connection with the notice that was served to him by police to seek information on the 'sexual harassment' victims that he mentioned in his speech during the Bharat Jodo Yatra. pic.twitter.com/WCAKxLdtZJ
— ANI (@ANI) March 19, 2023
ସେପଟେ ଏହାକୁ ନେଇ ଖପ୍ପା ହୋଇଛି କଂଗ୍ରେସ । ରାହୁଲ ଗାନ୍ଧିଙ୍କ ବିରୋଧରେ ପୋଲିସ ଏଭଳି ନୋଟିସ୍ ଜାରି କରିବା ଆଇନ ନଜରରେ କୌଣସି ବଡ଼ କାମ ନୁହେଁ । ଭାଷଣ ବେଳେ ଏପରି କହିହେବ । ହେଲେ ଯୌନ ଶୋଷଣର ଶିକାର ହୋଇଥିବା ମହିଳାଙ୍କ ତଥ୍ୟ ଦେବା ପାଇଁ ଜୋର୍ କରିହେବ ନାହିଁ । କଂଗ୍ରେସ ବରିଷ୍ଠ ନେତାଙ୍କ କହିବା କଥା ଏଭଳି ଅଭିଯୋଗ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ କରାଯାଇଛି ଏବଂ ଏହା ଭୁଲ ।
କଂଗ୍ରେସ ବରିଷ୍ଠ ଜୟରାମ ରମେଶ କହିଛନ୍ତି, ଭାରତ ଯୋଡୋ ଯାତ୍ରା ୪୫ଦିନ ହେଲା ଶେଷ ହେଲାଣି । ୪୫ଦିନ ପରେ ଏବାବଦରେ କାହିଁକି ପଚରାଉଚରା କରାଯାଉଛି । ରାହୁଲ ଗାନ୍ଧିଙ୍କ ଆଇନଜୀବୀ ଆଇନ ଅନୁଯାୟୀ, ଏହାର ଜବାବ ଦେବେ ବୋଲି ଜୟରାମ କହିଛନ୍ତି ।