vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଭିମସାର୍‌ରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୦୦ଟି ଶଯ୍ୟା ସହ ରହିବ ଆଇସିୟୁ ସୁବିଧା

5/09/2020 at 6:12 PM

ସମ୍ବଲପୁର, ୦୫।୦୯:   ସମ୍ବଲପୁର ଭିମସାର କ୍ୟାମ୍ପସରେ ହେବ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ।  ଆୟୁସିୟୁ ଓ ଓଟି ବ୍ୟବସ୍ଥା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୦୦ ଟି ବେଡ୍ ରହିବ । ଏହାସହ ୨୦ ଆଇସିୟୁ ସୁବିଧା ରହିବ । ଏଥିପାଇଁ ୧୦ ଜଣ ବରିଷ୍ଠ ଡାକ୍ତକଙ୍କୁ ଭିମସାର ପଠାଯିବ । ୧୦ ଦିନ ମଧ୍ୟରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହେବ ।

ପୂର୍ବରୁ ଭିମସାରରେ କୋଭିଡ ପଜିଟିଭଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ପଠାଯାଉଥିଲା । ଏଣିକି ସମ୍ବଲପୁରର ସମସ୍ତ କରୋନା ଆକ୍ରାନ୍ତ ଭିମସାର କ୍ୟାମ୍ପସରେ ଚିକିତ୍ସା ହେବେ । ପ୍ରତି ୨୪ ଘଣ୍ଟାରେ ଥରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବ ପ୍ରଶାସନ ।  ଏହାସହ ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ଟେଲିଫୋନରେ ସ୍ୱାସ୍ଥ୍ୟ ସଂପର୍କରେ ପଚାରାଯିବ ।  ଏପରିକି ଯେଉଁ କୋଭିଡ୍ ଟେଷ୍ଟ ହେବ ତାହାର ରିପୋର୍ଟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆସିବ ।

   Related Posts