ମୁସାରଫଙ୍କୁ ସଜା-ଏ-ମୌତ୍ , ଦେଶଦ୍ରୋହ ଅପରାଧରେ ସଜା ଶୁଣାଇଲା ପାକିସ୍ତାନ କୋର୍ଟ

Published By : Prameya-News7 Bureau | December 17, 2019 IST

ଇସଲାମାବାଦ ୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ମୃତ୍ୟୁଦଣ୍ଡ । ଦେଶଦ୍ରୋହ ମାମଲାରେ ପରଭେଜ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି  କୋର୍ଟ । ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ସଜା ଶୁଣାଇଛନ୍ତି । କୋର୍ଟରେ ଶୁଣାଣି କରୁଥିବା ତିନି ଜଣିଆ ଖଣ୍ଡପୀଠର ୨ବିଚାରପତି ମୃତ୍ୟୁଦଣ୍ଡ ସପକ୍ଷରେ ଅଛନ୍ତି ।  ମୁସାରଫ ଏବେ ଦୁବାଇରେ ରହୁଛନ୍ତି ।

wp:core-embed/twitter {"url":"https://twitter.com/ANI/status/1206833288607715328","type":"rich","providerNameSlug":"twitter","className":""}
https://twitter.com/ANI/status/1206833288607715328
/wp:core-embed/twitter

ମୁସାରଫ ବିଭିନ୍ନ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେବାର ମଧ୍ୟ ନଜର ରହିଛି । ୨୦୦୧ ଜୁନ୍ ୨ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ମୁସାରଫ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଭାର ସମ୍ଭାଲିଛନ୍ତି । ତେବେ ଆସନ୍ତୁ ଜାଣିବା ମୁସାରଫ ରାଷ୍ଟ୍ରପତି ଥିବା ସମୟର ଘଟଣାବଳୀ ଉପରେ-

{"id":198821,"width":577,"height":459,"sizeSlug":"large"}

୧୯୯୯ ମସିହା ଅକ୍ଟୋବର ୧୨ ତାରିଖ- ତତ୍କାଳୀନ ସାମରିକ ବାହିନୀ ମୁଖ୍ୟ ପରଭେଜ୍ ମୁସାରଫଙ୍କୁ ଚାକିରୀରୁ ବରଖାସ୍ତ ପାଇଁ ନୱାଜ ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ ମୁସାରଫ ବିନା ରକ୍ତପାତରେ ସରିଫଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲେ । ମୁସାରଫ ବିରୋଧରେ ଷଡଯନ୍ତ୍ର ଅଭିଯୋଗରେ ଅଦାଲତ ନୱାଜଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କଲେ ।

{"id":198822,"sizeSlug":"large"}

୨୦୦୨ ମସିହା ଅକ୍ଟୋବର ୧୦ ତାରିଖ- ମୁସାରଫଙ୍କ ତତ୍ତ୍ବାବଧାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ମୁସାରଫ ସମର୍ଥନ କରୁଥିବା ଦଳ କ୍ଷମତାକୁ ଆସିଲା ଏବଂ ଜାଫରୁଲା ଜମାଲି ହେଲେ ପ୍ରଧାନମନ୍ତ୍ରୀ
୨୦୦୪ ମସିହା ଅଗଷ୍ଟ ୨୩ ତାରିଖ- ମୁସାରଫଙ୍କ ସହ ଜମାଲିଙ୍କ ମତଭେଦ କାରଣରୁ ଜମାଲି ଇସ୍ତଫା ପ୍ରଦାନ କରିଥିଲେ । ସଉକତ ଅଜିଜ୍ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

{"id":198823,"sizeSlug":"large"}

୨୦୦୭ ମସିହା ଅକ୍ଟୋବର ୫ ତାରିଖ- ରାଷ୍ଟ୍ରପତି ପରଭେଜ୍ ମୁସରଫ ଏକ ବିବାଦୀୟ ଆଇନ ପ୍ରଣୟନ କରିଥିଲେ । ଯାହା ଫଳରେ ନିର୍ବାସନରେ ଥିବା ନୱାଜ ସରିଫ ଏବଂ ବେନଜୀର ଭୁଟ୍ଟୋ ପାକିସ୍ତାନ ଫେରିଥିଲେ ।

{"id":198826,"sizeSlug":"large"}

୨୦୦୭ ନଭେମ୍ବର ୩ ତାରିଖ- ମୁସରଫଙ୍କ ରାଷ୍ଟ୍ରପତି ପଦର ବୈଧତା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବାକୁ ଯାଇ ରାୟ ପ୍ରଦାନ କରିବା ପୂର୍ବରୁ ମୁସାରଫ ଆଗୁଆ ପଦକ୍ଷେପ ସ୍ବରୂପ ସୁପ୍ରିମକୋର୍ଟର କେତେକ ମୁଖ୍ୟ ପଦାଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଥିଲେ ।

{"id":198824,"width":576,"height":303,"sizeSlug":"large"}

୨୦୦୮ ମସିହା ଅଗଷ୍ଟ ୮ତାରିଖ- ପ୍ରବଳ ରାଜନୈତିକ ଚାପ ଯୋଗୁଁ ପରଭେଜ ମୁସରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.